‘ହାଲୋ ଆର୍ସି’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର

ନୂଆଦିଲ୍ଲୀ: ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ‘ହାଲୋ ଆର୍ସି’ ନାଁ ଘୋଷଣା ହୋଇଛି। ଅଜୟ ରାଉତରାୟ ପ୍ରଯୋଜିତ ଓ ସମ୍ବିତ ମହାନ୍ତିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଭିନୟ ଲାଗି ସ୍ପେଶାଲ ମେନ୍‌ସନ୍‌ ବର୍ଗରେ ସାର୍ଟିଫିକେଟ୍ ପାଇବେ ଅଭିନେତ୍ରୀ ପ୍ରକୃତି ମିଶ୍ର। ଏଥିପାଇଁ ସେ ବେଶ୍‌ ଖୁସି ଅଛନ୍ତି ବୋଲି କହିଛନ୍ତି ପ୍ରକୃତି। ଏହା ଆଗକୁ ଯିବା ପାଇଁ ପ୍ରେରଣା ଦେବ ବୋଲି ସେ କହିଛନ୍ତି। ଘୋଷଣା ହୋଇଛି ୬୫ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ଏଥିରେ ବାଜି […]

best odia fiter film

best odia fiter film

Rakesh Mallick
  • Published: Friday, 13 April 2018
  • Updated: 13 April 2018, 10:47 PM IST

Sports

Latest News

ନୂଆଦିଲ୍ଲୀ: ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ‘ହାଲୋ ଆର୍ସି’ ନାଁ ଘୋଷଣା ହୋଇଛି। ଅଜୟ ରାଉତରାୟ ପ୍ରଯୋଜିତ ଓ ସମ୍ବିତ ମହାନ୍ତିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଭିନୟ ଲାଗି ସ୍ପେଶାଲ ମେନ୍‌ସନ୍‌ ବର୍ଗରେ ସାର୍ଟିଫିକେଟ୍ ପାଇବେ ଅଭିନେତ୍ରୀ ପ୍ରକୃତି ମିଶ୍ର। ଏଥିପାଇଁ ସେ ବେଶ୍‌ ଖୁସି ଅଛନ୍ତି ବୋଲି କହିଛନ୍ତି ପ୍ରକୃତି। ଏହା ଆଗକୁ ଯିବା ପାଇଁ ପ୍ରେରଣା ଦେବ ବୋଲି ସେ କହିଛନ୍ତି।

ଘୋଷଣା ହୋଇଛି ୬୫ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ଏଥିରେ ବାଜି ମାରିଛି ଅହମିୟା ଫିଲ୍ମ ‘ଭିଲେଜ୍ ରକଷ୍ଟାର’। ୨୦୧୭ ପାଇଁ ‘ଭିଲେଜ ରକଷ୍ଟାର’ ଶ୍ରେଷ୍ଠ ଫିଚର ଫିଲ୍ମର ମାନ୍ୟତା ପାଇଛି। ମାଲାୟଲ୍ ଫିଲ୍ମ ‘ଭୟାନକମ୍’ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ହାତେଇଛନ୍ତି ଜୟରାଜ୍। ଶ୍ରେଷ୍ଠ ଅଭିନେତା ସମ୍ମାନ ପାଇଛନ୍ତି ରିଦ୍ଧି ସେନ୍। ବଙ୍ଗଳା ଫିଲ୍ମ ‘ନଗର କିର୍ତ୍ତନ’ ଲାଗି ତାଙ୍କୁ ଏହି ସମ୍ମାନ ମିଳିବ। ହିନ୍ଦୀ ଫିଲ୍ମ ‘ମମ୍’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇବେ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀ। ସେହିଭଳି ଚଳଚ୍ଚିତ୍ର କ୍ଷେତ୍ରରେ ଜୀବନ ବ୍ୟାପୀ ସାଧନା ପାଇଁ ସମ୍ମାନଜନକ ଦାଦା ସାହେବ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି ଦିବଙ୍ଗତ ଅଭିନେତା ବିନୋଦ ଖାନ୍ନା। ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ପୁରସ୍କାର ଯାଇବାକୁ ଯାଉଛନ୍ତି ଏ.ଆର. ରହମାନ। ତାମିଲ ଫିଲ୍ମ ‘କାତ୍ରୁ ଭେଲିଇଦାୟୀର’ ଓ ହିନ୍ଦୀ ଫିଲ୍ମ ‘ମମ୍’ ପାଇଁ ତାଙ୍କୁ ଏହି ପୁରସ୍କାର ପାଇବେ। ଏହାକୁ ମିଶାଇ ସେ ୬ ଥର ଏହି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଶ୍ରେଷ୍ଠ ଗୀତ ରଚନାରେ କର୍ଣ୍ଣଡ ଫିଲ୍ମ ମାର୍ଚ୍ଚ ‘ୱେଣ୍ଟି-ଟୁ’ ଲାଗି ପୁରସ୍କାର ପାଇବେ ଗୀତିକାର ଜେ.ଏମ୍. ପ୍ରହଲ୍ଲାଦ। ହିନ୍ଦୀ ଫିଲ୍ମ ‘ଟଏଲେଟ୍ ଏକ ପ୍ରେମ’ କଥା ଶ୍ରେଷ୍ଠ କୋରିଅଗ୍ରାଫି ପାଇଁ ପୁରସ୍କାର ପାଇବ। ସେପଟେ ୬୫ତମ ଚଳଚ୍ଚିତ୍ର ପୁରସ୍କାର ତାଲିକାରେ ଶ୍ରେଷ୍ଠ ହିନ୍ଦୀ ଫିଲ୍ମର ମାନ୍ୟତା ପାଇଛି ନ୍ୟୁଟନ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos