ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସଙ୍ଗ: ପ୍ରତିବାଦରେ ଆଜି କାର୍ଯ୍ୟବନ୍ଦ ନିଷ୍ପତ୍ତି

କଟକ(ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସଙ୍ଗକୁ ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ନିନ୍ଦା କରାଯାଇଛି। ଏହାର ପ୍ରତିବାଦରେ ଗତକାଲି ଅପରାହ୍ନରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରୁଛି ଆସୋସିଏସନ୍‌। ଆଜି ମଧ୍ୟ କାର୍ଯ୍ୟବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି।

ଏନେଇ ଗତକାଲି ବାର ଆସୋସିଏସନ୍‌ର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।  ବିରୋଧୀ ଦଳଙ୍କ ପକ୍ଷରୁ ଅଣାଯାଇଥିବା ମହାଅଭିଯୋଗ ପ୍ରସଙ୍ଗକୁ ସଦସ୍ୟମାନେ ନିନ୍ଦା କରିଛନ୍ତି। ରାଜ୍ୟ ସମସ୍ତ ଆସୋସିଏସନ୍‌ ଏହି ବନ୍ଦକୁ ସମର୍ଥନ କରିବେ ବୋଲି ଆଇନଜୀବୀମାନେ ଆଶା ରଖିଛନ୍ତି।

Previous ArticleNext Article

Send this to a friend