ବଣ୍ଡା ଛାତ୍ର ନିଖୋଜ ମାମଲା: କିସ୍‌କୁ ନୋଟିସ୍‌

କଟକ (ଓଡ଼ିଶା ରିପୋର୍ଟର): ବଣ୍ଡା ଛାତ୍ର ନିଖୋଜ ମାମଲାରେ କିସ୍‌କୁ ନୋଟିସ କରିଛନ୍ତି ହାଇକୋର୍ଟ। ଘଟଣା ସମ୍ପର୍କରେ ନିଜ ନିଜ ପକ୍ଷ ରଖିବାକୁ କିସ୍ ସମେତ ରାଜ୍ୟ ଗୃହ ସଚିବ, ପୋଲିସ ଡିଜି, ମାଲକାନଗିରି ଏସ୍‌ପି ଓ ମୁଦୁଲିପଡ଼ା ଥାନା ଆଇଆଇସିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାଲକାନଗିରି ବଣ୍ଡା ଛାତ୍ର ରାମଚନ୍ଦ୍ର ମାନ୍ଦ୍ରାଙ୍କ ମାଆ ଓ ସୂଚନା ଅଧିକାରୀ କର୍ମୀ ସୁବାସ ମହାପାତ୍ରଙ୍କ ପକ୍ଷରୁ ହାଇକୋର୍ଟରେ ଗତ ଏପ୍ରିଲ ମାସରେ ଏନେଇ ଏକ ମାମଲା ଦାଏର ହୋଇଥିଲା। […]

kiss

kiss

Rakesh Mallick
  • Published: Sunday, 01 July 2018
  • Updated: 01 July 2018, 08:30 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ବଣ୍ଡା ଛାତ୍ର ନିଖୋଜ ମାମଲାରେ କିସ୍‌କୁ ନୋଟିସ କରିଛନ୍ତି ହାଇକୋର୍ଟ। ଘଟଣା ସମ୍ପର୍କରେ ନିଜ ନିଜ ପକ୍ଷ ରଖିବାକୁ କିସ୍ ସମେତ ରାଜ୍ୟ ଗୃହ ସଚିବ, ପୋଲିସ ଡିଜି, ମାଲକାନଗିରି ଏସ୍‌ପି ଓ ମୁଦୁଲିପଡ଼ା ଥାନା ଆଇଆଇସିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମାଲକାନଗିରି ବଣ୍ଡା ଛାତ୍ର ରାମଚନ୍ଦ୍ର ମାନ୍ଦ୍ରାଙ୍କ ମାଆ ଓ ସୂଚନା ଅଧିକାରୀ କର୍ମୀ ସୁବାସ ମହାପାତ୍ରଙ୍କ ପକ୍ଷରୁ ହାଇକୋର୍ଟରେ ଗତ ଏପ୍ରିଲ ମାସରେ ଏନେଇ ଏକ ମାମଲା ଦାଏର ହୋଇଥିଲା। ଯେଉଁଥିରେ କିସ୍ ସମେତ ରାଜ୍ୟ ଗୃହସଚିବ, ପୋଲିସ ଡିଜି, ମାଲକାନଗିରି ଏସ୍‌ପି ଓ ମୁଦୁଲିପଡ଼ା ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।

ପଞ୍ଚମ ପାସ୍ ପରେ ବଣ୍ଡା ଉନ୍ନୟନ ସଂସ୍ଥା ଜରିଆରେ କିସ୍ ଆସିଥିଲେ ରାମଚନ୍ଦ୍ର ପ୍ରତିବର୍ଷ ଖରା ଛୁଟିରେ ଗାଁକୁ ଯାଉଥିଲେ।  ୨୦୧୫ରେ ନବମ ପରୀକ୍ଷା ସରିବା ପରଠୁ କିନ୍ତୁ ସେ ଆଉ ଘରକୁ ଯାଇନାହାଁନ୍ତି। ପରିବାର ଲୋକେ ବ୍ୟତିବ୍ୟସ୍ତ ହେବାରୁ ସମ୍ପର୍କୀୟମାନେ କିସ୍ ଆସି ଖବର ନେଇଥିଲେ। ତେବେ ରାମଚନ୍ଦ୍ର ଖରା ଛୁଟିରେ ଘରକୁ ଯାଇ ପାରିବାରିକ ଝଗଡ଼ା ପରେ କେଉଁ ଆଡ଼େ ଚାଲିଯାଇଥିବା କହିଥିଲେ କିସ୍‌ କର୍ତ୍ତୃପକ୍ଷ। ରାମଚନ୍ଦ୍ର ନିଖୋଜ ଘଟଣାକୁ ୩ ବର୍ଷ ପୂରିଥିଲେ ବି ଏଯାଏଁ ତାଙ୍କର କୌଣସି ପତ୍ତା ମିଳୁନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos