କୋଠଭୋଗରେ ସନ୍ତୁଷ୍ଟ ଠାକୁର, ଏଣେ ମହାପ୍ରସାଦ ପାଇଁ ବିକଳ ଭକ୍ତ

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଇତିହାସରେ ଲଜ୍ଜା। କ୍ରମାଗତ ୪ଦିନ ହେଲାଣି ଅବଢ଼ା ବନ୍ଦ। କୋଠ ଭୋଗ ଚାଲିଥିବାରୁ ଠାକୁର ଉପାସରେ ନାହାନ୍ତି ବୋଲି କହି ମନ୍ଦିର ପ୍ରଶାସନ ଓ ସୁଆର ସେବାୟତ ସିନା ମୁଣ୍ଡରୁ ଦୋଷ ଛଡ଼ାଇ ଦେଇଛନ୍ତି। ହେଲେ ପ୍ରଶ୍ନ ଉଠୁଛି, ଭକ୍ତ ପ୍ରିୟ କାଳିଆ ଠାକୁରଙ୍କୁ କ’ଣ ଏହା ଭଲ ଲାଗୁଥିବ ? ୪ଦିନ ହେଲାଣି ମହାପ୍ରସାଦ ନ ପାଇ ଆନନ୍ଦ ବଜାରରୁ ଖାଲି ପେଟରେ ଫେରୁଥିବା ଭକ୍ତର କଷ୍ଟ କ’ଣ ଠାକୁରଙ୍କୁ ବାଧୁ ନ ଥିବ ? ହେଲେ କାହାରି କିଛି କରିବାର ଯୁ ନାହିଁ। ଶ୍ରୀମନ୍ଦିର ପ୍ରଶାସନଠାରୁ ଅମୁଣିଆ କ୍ଷତିପୂରଣ ଦାବିରେ ସୁଆର ନିଯୋଗର ଅସହଯୋଗରୁ ଏଭଳି ସ୍ଥିତି ଉପୁଜିଛି ।

ଅବସ୍ଥା ଦେଖି ଲାଗୁଛି ସେବାୟତ, ମନ୍ଦିର ପ୍ରଶାସନ କି ସରକାର କେହି ଯେମତି ଏହାକୁ ଗମ୍ଭୀରତାର ସହ ନେବାକୁ ପ୍ରସ୍ତୁତ ନୁହଁନ୍ତି। ଯାହାକି ଗତକାଲି ବିଧାନସଭାରେ ଆଇନମନ୍ତ୍ରୀ ରଖିଥିବା ଉତ୍ତର ଓ ପୁରୀ ଜିଲ୍ଲାପାଳଙ୍କ କଥାରେ ତାଳମେଳ ନ ରହିବା ଘଟଣାରୁ ସ୍ପଷ୍ଟ ହୋଇଛି।

ଏଣେ ଶ୍ରୀମନ୍ଦିରରେ ନୀତି ବିଭ୍ରାଟକୁ ଭର୍ସନା କରାଯାଇଛି। ନିର୍ଦ୍ଦେଶକୁ ଭୁଲ୍ ଭାବେ ଉପସ୍ଥାପନ କରାଯାଇଥିବାରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ହାଇକୋର୍ଟ । ନୀତିକାନ୍ତି ସମ୍ପର୍କରେ କୋର୍ଟ କୌଣସି ନିର୍ଦ୍ଦେଶ ଦେଇନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି କୋର୍ଟ। କେବଳ ଶ୍ରୀମନ୍ଦିର ସଂସ୍କାର କମିଶନ ମୁଖ୍ୟ ଜଷ୍ଟିସ୍ ବିପି ଦାସଙ୍କ ସୁପାରିଶ ଲାଗୁ କରିବାକୁ ସରକାର ଯେଉଁ ପ୍ରସ୍ତାବ ଦେଇଥିଲେ ତାହାର ଅନୁପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ନୀତିକାନ୍ତି ଶୃଙ୍ଖଳିତ କରିବା ଉଭୟ ସରକାର ଓ ପ୍ରଶାସନର କାର୍ଯ୍ୟ। ଏମିତିକି ଆଜି ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ମହାପ୍ରସାଦ ହୋଇପାରୁ ନ ଥିବା ନେଇ କୋର୍ଟଙ୍କ ଆଗରେ ସ୍ୱୀକାର କରିଥିବା ବେଳେ ସୁଆର ନିଯୋଗ ବି ପକ୍ଷଭୁକ୍ତ ହୋଇ ସମସ୍ୟା ପଛର କାରଣ ଦର୍ଶାଇଛି।

Ordigital Desk
• Published: Thursday, 19 April 2018
• Updated: 19 April 2018, 08:11 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos