ଜେସିବି ମେସିନ୍‌ ଉପରେ ଖସି ପଡ଼ିଲା ବିରାଟକାୟ ପଥର: ଉଦ୍ଧାର ପାଇଁ ଚାଲିଛି ସର୍ଚ୍ଚ ଅପରେସନ୍‌

କୋରାପୁଟ (ଓଡ଼ିଶା ରିପୋର୍ଟର): ଜୟପୁର ବରିପୁଟରେ ଛାତିଥରା ଷ୍ଟୋନ୍ ଟ୍ରାଜେଡି। ଅଘଟଣକୁ ବିତିଲାଣି ପୂରା ଗୋଟିଏ ଦିନ। ଏବେବି ଶହଶହ ଟନ୍ ପଥର ତଳେ ଦୁଇଦୁଇଟି ଜୀବନ ଓ ଗୋଟିଏ ଜେସିବି ମେସିନ୍ ରହିଛି। ଆଜି କିନ୍ତୁ ଗୋଟିଏ ମେସିନକୁ ଉଦ୍ଧାର କରାଯାଇଛି। ଲୌହ ଦାନବ ମେସିନ ଗୁଡ଼ିକ ଉପରେ ଗୋଟିଏ ଗୋଟିଏ ଟ୍ରକ୍ ଆକାରର ପଥର ପଡ଼ି ଚୂରମାର ହୋଇଯାଇଛି। ତେବେ  ଉଦ୍ଧାର ବେଳକୁ ୟା ଭିତରେ ଅପରେଟର୍ ନଥିବାରୁ ୨ଟି ଯାକ ମେସିନର ଅପରେଟର୍ […]

two death in koraput

two death in koraput

Rakesh Mallick
  • Published: Friday, 01 June 2018
  • Updated: 01 June 2018, 08:36 PM IST

Sports

Latest News

କୋରାପୁଟ (ଓଡ଼ିଶା ରିପୋର୍ଟର): ଜୟପୁର ବରିପୁଟରେ ଛାତିଥରା ଷ୍ଟୋନ୍ ଟ୍ରାଜେଡି। ଅଘଟଣକୁ ବିତିଲାଣି ପୂରା ଗୋଟିଏ ଦିନ। ଏବେବି ଶହଶହ ଟନ୍ ପଥର ତଳେ ଦୁଇଦୁଇଟି ଜୀବନ ଓ ଗୋଟିଏ ଜେସିବି ମେସିନ୍ ରହିଛି। ଆଜି କିନ୍ତୁ ଗୋଟିଏ ମେସିନକୁ ଉଦ୍ଧାର କରାଯାଇଛି। ଲୌହ ଦାନବ ମେସିନ ଗୁଡ଼ିକ ଉପରେ ଗୋଟିଏ ଗୋଟିଏ ଟ୍ରକ୍ ଆକାରର ପଥର ପଡ଼ି ଚୂରମାର ହୋଇଯାଇଛି। ତେବେ  ଉଦ୍ଧାର ବେଳକୁ ୟା ଭିତରେ ଅପରେଟର୍ ନଥିବାରୁ ୨ଟି ଯାକ ମେସିନର ଅପରେଟର୍ ଏବେବି ଫସି ରହିଥିବା ସନ୍ଦେହ କରାଯାଉଛି।

ଗତକାଲି ସାନ୍ଧ୍ୟା ପ୍ରାୟ ୬ଟା ବେଳେ ପଥର ଖୋଳୁଥିଲା ୨ଟି ଜେସିବି ମେସିନ୍। ଏହି ସମୟରେ ହଠାତ୍  ପାହାଡ଼ରୁ ଧସି ଉପରୁ ଅଜାଡ଼ି ହୋଇପଡ଼ିଲା ବିରାଟ ବିରାଟ ପଥର। ପ୍ରଚଣ୍ଡ ଶବ୍ଦ ଶୁଣି ଆଖପାଖ ଲୋକ ଦୌଡ଼ି ଆସିବା ବେଳକୁ ସବୁକିଛି ଶେଷ। ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍‌ ଶତଚେଷ୍ଟା ପରେ ବି ଏଇ ବିଶାଳକାୟ ପଥର ଘୁଞ୍ଚାଇ ଅନ୍ୟଏକ ଜେସିବି ଓ ଦୁଇ ଅପରେଟଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇନି।

ଦେବଗଡ଼ର ଘନଶ୍ୟାମ ଗୁରୁ ଓ ସଞ୍ଜୟ ଦାସ। ଗତକାଲି ପଥର ଖୋଳୁଥିବା ଏଇ ଦୁଇଜଣ ଜେସିବି ଅପରେଟର୍। ଏବେବି ପଥର ଭିତରେ। ଗତକାଲି ଦିନବେଳା ବର୍ଷା ହୋଇଥିବାରୁ ପାହାଡ଼ ଦୁର୍ବଳ ହୋଇ ଧସିପଡ଼ିଥିବା କୁହାଯାଉଛି। ତଥାପି ସନ୍ଦେହ ଘେରରେ ଏଠାରେ କାମରେ ଲାଗିଥିବା ଡିଡି ବିଲ୍‌ଡରର୍ସର ଭୂମିକା।  ନିର୍ମାଣାଧୀନ ତେଲେଙ୍ଗିରି ପ୍ରକଳ୍ପ ପାଇଁ ନିୟୋଜିତ ଏହି ଘରୋଇ ସଂସ୍ଥା ପକ୍ଷରୁ ଏଠାରେ କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇନଥିବା କୁହାଯାଉଛି। ତେବେ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ପ୍ରମାଣିତ ହେଲେ ସଂସ୍ଥା ବିରୁଦ୍ଧରେ ମାମଲା ରୁଜୁ କରାଯିବ ବୋଲି ବୋରିଗୁମ୍ମା ଏସ୍‌ଡିପିଓ କହିଛନ୍ତି।

ବଡ଼ବଡ଼ ପଥର ଖଣ୍ଡକୁ ଘୁଞ୍ଚାଇବା ପାଇଁ ଏବେ ସେଠାକୁ କ୍ରେନ୍ ଆଣିବା ପାଇଁ ଯୋଜନା କରାଯାଉଥିବା ବେଳେ, ପଥର ତଳେ ୨ ଅପରେଟଙ୍କ ସହ ୨ରୁ୩ ଜଣ ଶ୍ରମିକ ମଧ୍ୟ ଚାପି ରହିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos