ହିମାଂଶୁଙ୍କ ଆତ୍ମହତ୍ୟାକୁ ନେଇ ଭାବବିହ୍ୱଳ ପୂର୍ବତନ ସିପି ଅରୂପ ପଟ୍ଟନାୟକ, ପ୍ରବନ୍ଧରେ କ’ଣ ଲେଖିଲେ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରର ଅତିରିକ୍ତ ପୁଲିସ୍‌ ମହାନିର୍ଦ୍ଦେଶକ (ଏଡିଜି) ତଥା ମହାରାଷ୍ଟ୍ର ଆଣ୍ଟି ଟେରୋରିଷ୍ଟ ସ୍କାର୍ଡ (ଏଟିଏସ୍‌)ର ପୂର୍ବତନ ମୁଖ୍ୟ ହିମାଂଶୁ ରାୟଙ୍କ ଆତ୍ମହତ୍ୟାକୁ ନେଇ ସମଗ୍ର ଦେଶରେ ଆଲୋଡ଼ନ ଖେଳାଇ ଦେଇଛି।  ଆଜି ମୁମ୍ବାଇରେ ପୂର୍ଣ୍ଣ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏକ ବିରାଟ ପଟୁଆରରେ ତାଙ୍କ ଶବ ଶୋଭାଯାତ୍ରା ବାହାରିବା ପରେ ମେରାଇନ୍‌ ଲାଇନ୍‌ରେ ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କ ଶେଷ ଯାତ୍ରାରେ ଲୋକାରଣ୍ୟ ହୋପଡ଼ିଥିଲା। ହିମାଂଶୁ ରାୟ ଅମର ରହେ ଓ […]

11111111111111111111

11111111111111111111

Rakesh Mallick
  • Published: Saturday, 12 May 2018
  • Updated: 12 May 2018, 08:07 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରର ଅତିରିକ୍ତ ପୁଲିସ୍‌ ମହାନିର୍ଦ୍ଦେଶକ (ଏଡିଜି) ତଥା ମହାରାଷ୍ଟ୍ର ଆଣ୍ଟି ଟେରୋରିଷ୍ଟ ସ୍କାର୍ଡ (ଏଟିଏସ୍‌)ର ପୂର୍ବତନ ମୁଖ୍ୟ ହିମାଂଶୁ ରାୟଙ୍କ ଆତ୍ମହତ୍ୟାକୁ ନେଇ ସମଗ୍ର ଦେଶରେ ଆଲୋଡ଼ନ ଖେଳାଇ ଦେଇଛି।  ଆଜି ମୁମ୍ବାଇରେ ପୂର୍ଣ୍ଣ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏକ ବିରାଟ ପଟୁଆରରେ ତାଙ୍କ ଶବ ଶୋଭାଯାତ୍ରା ବାହାରିବା ପରେ ମେରାଇନ୍‌ ଲାଇନ୍‌ରେ ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କ ଶେଷ ଯାତ୍ରାରେ ଲୋକାରଣ୍ୟ ହୋପଡ଼ିଥିଲା। ହିମାଂଶୁ ରାୟ ଅମର ରହେ ଓ ବନ୍ଦେ ମାତରମ ଧ୍ୱନିରେ କମ୍ପି ଉଠିଥିଲା ତାଙ୍କ ଶବ ଶୋଭାଯାତ୍ରା।  ଦେଶ ଜଣେ ସଚ୍ଚୋଟ, କର୍ତ୍ତବ୍ୟନିଷ୍ଠ ଏବଂ ନିର୍ଭୀକ ଅଫିସରକୁ ହରାଇଲା ବୋଲି ବହୁ ଲୋକେ ମତ ଦେଇଛନ୍ତି। ଏହିପରିପ୍ରେକ୍ଷୀରେ ହିମାଂଶୁଙ୍କ ବନ୍ଧୁ ତଥା ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୁପ ପଟ୍ଟନାୟକ ଏକ ଭାବପୂର୍ଣ୍ଣ ପ୍ରବନ୍ଧ ଲେଖିଛନ୍ତି। ମିଡ୍‌ ଡେରେ ପ୍ରକାଶ ପାଇଥିବା ଏହି ଲେଖାରେ ହିମାଂଶୁ ରାୟଙ୍କ ପ୍ରତିଭା , ଅସାଧାରଣ ଦକ୍ଷତା  ଓ ତାଙ୍କ କାର୍ଯ୍ୟ ଶୈଳୀକୁ  ଭୁରି ଭୁରି ପ୍ରଶଂସା କରିଛନ୍ତି ଅରୂପ।

ସେହିପରି ଲେଖାରେ ଲେଖାରେ ହିମାଂଶୁ ଦରଦି ବନ୍ଧୁପଣିଆକୁ ବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି ଯେ,  ହିମାଂଶୁଙ୍କ ଆତ୍ମହତ୍ୟାକୁ ମୁଁ ସହଜରେ ବିଶ୍ୱାସ କରିପାରୁ ନାହିଁ। ତାଙ୍କ ଆତ୍ମହତ୍ୟା ଖବର ଶୁଣି ମୁଁ ମର୍ମାହତ। ଏହା ମୋ ପାଇଁ ଏକ ଅପ୍ରତ୍ୟାଶିତ ଘଟଣା।  ଅରୁପ ଲେଖିଛନ୍ତି ଯେ, ହିମାଂଶୁ ଜଣେ ସାହସୀ, ଦୃଢମନା,  ଉଚ୍ଚାଭିଳାସୀ ,ବଂ ଥଣ୍ଡାମାନସିକତାର  ବ୍ୟକ୍ତିତ୍ୱ ତଇଲେ।  କ୍ୟାନ୍ସରରେ ପୀଡ଼ି ଥିବାରୁ ସେ ଚିକିତ୍ସିତ ହୋଇ ଆସୁଥିଲେ। ଏଥିପାଇଁ ସେ ଏପ୍ରିଲ ୨୦୧୬ରୁ ମେଡିକାଲ ଲିଭ୍ ନେଇଥିଲେ। ଅରୂପ ଲେଖିଛନ୍ତି ଯେ, ସେ ନିଜେ ପୋଲିସ ବିଭାଗରୁ ଅବସର ନେବା ପରେ କର୍କଟ ରୋଗୀଙ୍କ ପାଇଁ କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ ନାମରେ ଏକ  ସ୍ଥଂସ୍ଥା ଚଳାଉଛନ୍ତି।   ଆଉ ଏହି ସ୍ଥଂସ୍ଥା ପାଇଁ ହିମାଂଶୁ ସହାୟତା ମଧ୍ୟ କରୁଥିଲେ। ଗତ ୩ ବର୍ଷ ହେଲା ହିମାଂଶୁ କ୍ୟାନ୍ସରରେ ପୀଡ଼ିତ ଥିଲେ।

ତେବେ ରୋଗରେ ପୀଡ଼ିତ ଥିବା ପରେ ବି ସେ କାମ କରୁତିଲେ।  ୩ ମାସ ପୂର୍ବରୁ ରୋଗକୁ ନେଇ କେଉଁ ଡାକ୍ତରଙ୍କୁ ଦେଖାଇବା ପାଇ ସେ ମୋର ପରାମର୍ଶ ଲୋଡ଼ିଥିଲେ। ଏ ସମ୍ପର୍କରେ ମୁଁ ମଧ୍ୟ ପରାମର୍ଶ ଦେଇଥିଲି। ଥରେ ସେ କହିଥିଲେ ଏହି ରୋଗ ତାଙ୍କୁ  ବହୁତ ଯନ୍ତ୍ରଣା ଦେଉଛି। ଏହା ମୋ ପାଇଁ ଅସହ୍ୟ ହେଉଛି। ଦୟା କରି ମୋ ପାଇଁ ତୁମେ ଇଶ୍ୱରଙ୍କୁ ପ୍ରାର୍ଥନା କର।

୧୯୮୮ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ହିମାଂଶୁ ରାୟ ଅନେକ ଗୁଡ଼ିଏ ଗୁରୁତର ଅପରାଧିକ ମାମଲାର ସଫଳତା ପୂର୍ବକ ତଦନ୍ତ କରିଥିଲେ। ଦୁର୍ଦ୍ଦାନ୍ତ ଅଣ୍ଡରଓ୍ଵାଲର୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ର ଭାଇ ଇକ୍‌ବାଲ୍‌ କସକର୍‌ର ଡ୍ରାଇଭର ଅରିଫ୍‌ର ଗୁଳିକାଣ୍ଡ, ସମ୍ବାଦିକ ଜେ. ଦେଙ୍କ ହତ୍ୟା, ବିଜୟ ପାଲାଣ୍ଡେ ଓ ଲୈଲା ଖାନ୍‌ ଡବଲ୍‌ ମର୍ଡର ଆଦି ଅନେକ ଗୁଡ଼ିଏ ଚର୍ଚ୍ଚିତ ଅପରାଧ ଘଟଣାରେ ହିମାଂଶୁ ତଦନ୍ତ କରିଥିଲେ। ୨୦୧୩ ଆଇପିଏଲ୍‌ ସଂସ୍କରଣର ମ୍ୟାଚ୍‌ ଫିକ୍ସିଂ ଘଟଣାରେ ମୁଖ୍ୟ ବୁକିମାନଙ୍କ ସହ ସଂପର୍କରେ ଥିବା ବିନ୍ଦୁ ଦାରା ସିଂହଙ୍କୁ ମଧ୍ୟ ଗିରଫ କରିଥିଲେ ହିମାଂଶୁ ରାୟ। ସୂଚନା ଯୋଗ୍ୟ ଯେ, ହିମାଂଶୁ ୨୩ ଜୁନ୍‌ ୧୯୬୩ରେ ଜନ୍ମ ଗ୍ରହଣ କରିଥିଲେ। ୧୯୮୯ ଅଗଷ୍ଟ ୨୧ରେ ଜଣେ ଆଇପିଏସ୍‌ ଅଫିସର ଭାବେ ପୋଲିସ ବିଭାଗରେ ଯୋଗଦାନ କରିଥିଲେ।

ସୌଜନ୍ୟ ମିଡ୍‌ ଡେ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos