ଏଚ୍‌ଆଇଭି ପୀଡ଼ିତାଙ୍କ ଆତ୍ମହତ୍ୟା!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମାଜିକ ସ୍ତରରେ ସାହାଯ୍ୟ ସହଯୋଗ ଓ ଚିକିତ୍ସା ଅଭାବରୁ ଜୀବନ ହାରିଲେ HIV ପୀଡ଼ିତ।। ସରକାରୀ ସ୍ତରରେ ବ୍ୟାପକ ପ୍ରଚାର, ପ୍ରସାର ଓ ସଚେତନତା ସତ୍ତ୍ୱେ କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଞ୍ଚଳର ଜଣେ ଏଚ୍‌ଆଇଭି ରୋଗୀ କୌଣସି ଚିକିତ୍ସା ସହୟତା ନପାଇ ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣକ ପଣ୍ଡିଚେରୀରେ କାମ କରୁଥିବା ବେଳେ ସେଠାରେ ଦୁର୍ଘଟଣାର ଶିକାର ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେ HIV ସଂକ୍ରମିତ ବୋଲି ଜଣାପଡ଼ିଥିଲା। ପରେ ସେ […]

Hiv patient suicide in Kendujhar

Hiv patient suicide in Kendujhar

Rakesh Mallick
  • Published: Tuesday, 24 July 2018
  • Updated: 25 July 2018, 12:01 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମାଜିକ ସ୍ତରରେ ସାହାଯ୍ୟ ସହଯୋଗ ଓ ଚିକିତ୍ସା ଅଭାବରୁ ଜୀବନ ହାରିଲେ HIV ପୀଡ଼ିତ।। ସରକାରୀ ସ୍ତରରେ ବ୍ୟାପକ ପ୍ରଚାର, ପ୍ରସାର ଓ ସଚେତନତା ସତ୍ତ୍ୱେ କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଞ୍ଚଳର ଜଣେ ଏଚ୍‌ଆଇଭି ରୋଗୀ କୌଣସି ଚିକିତ୍ସା ସହୟତା ନପାଇ ଆତ୍ମହତ୍ୟା କରିଛନ୍ତି।

ଯୁବକ ଜଣକ ପଣ୍ଡିଚେରୀରେ କାମ କରୁଥିବା ବେଳେ ସେଠାରେ ଦୁର୍ଘଟଣାର ଶିକାର ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେ HIV ସଂକ୍ରମିତ ବୋଲି ଜଣାପଡ଼ିଥିଲା। ପରେ ସେ ଓଡ଼ିଶା ଆସି ଆନନ୍ଦପୁର, କେନ୍ଦୁଝର, ଭଦ୍ରକ ମେଡିକାଲ ଏବଂ ତାହା ସହିତ କଟକ ଏସସିବିରେ ଚିକିତ୍ସିତ ହୋଇଥିଲେ। ହେଲେ କେଉଁଠି ବି ତାଙ୍କୁ ଉପଯୁକ୍ତ ଚିକିତ୍ସା ମିଳିନଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେପଟେ ଯୁବକ ଜଣକ ହସ୍ପିଟାଲ ଆସି କେଉଁ ପରିସ୍ଥିତିରେ ଚିକିତ୍ସା ସୁବିଧା ପାଇଲେନି, ତାର ତଦନ୍ତ କରାଯିବ ବୋଲି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos