କେମିତି ଚାଲିଥିଲା ପୁଞ୍ଜିଲାଲଙ୍କ ପାଠଶାଳାରେ ପାର୍ସଲ ବୋମା ତିଆରିର ଗବେଷଣା, ପଢନ୍ତୁ  

ବଲାଙ୍ଗିର,(ଓଡ଼ିଶା ରିପୋର୍ଟର):ପାଟଣାଗଡ଼ ବୋମା ବିସ୍ଫୋରଣ ଘଟଣାର ୱାନ୍‌ ମେନ୍‌ ଭିଲିଆନ ତଥା ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ କାରନାମା ହଲିଉଡ୍‌ର କୌଣସି ଥ୍ରୀଲର ଷ୍ଟୋରୀ ଠାରୁ କମ୍ ନୁହେଁ। ବଲାଙ୍ଗିର ପୋଲିସ ହାତରେ ଧରାପଡ଼ି ନ ଥିବା ପୁଞ୍ଜିଲାଲ କିନ୍ତୁ କ୍ରାଇମବ୍ରାଞ୍ଚ ଫାସ ଫସିଯାଇଥିଲେ। ଏବେ ତାଙ୍କୁ କ୍ରାଇମବ୍ରାଞ୍ଚ ୬ଦିନ ଲାଗି ଜେରା ପାଇଁ ଆଣିଥିବା ବେଳେ ଦିନକୁ ଦିନ ପର୍ଦ୍ଦାଫାଶ ହେଉଛି ନୂଆ ନୂଆ କାହାଣୀ। କେବଳ ପୁଞ୍ଜିଲାଲଙ୍କ କାହାଣୀ ଚାଞ୍ଚଲ୍ୟକର ନୁହଁ ତାଙ୍କ ଚରିତ୍ର […]

h-888

h-888

Rakesh Mallick
  • Published: Saturday, 28 April 2018
  • Updated: 28 April 2018, 06:34 PM IST

Sports

Latest News

ବଲାଙ୍ଗିର,(ଓଡ଼ିଶା ରିପୋର୍ଟର):ପାଟଣାଗଡ଼ ବୋମା ବିସ୍ଫୋରଣ ଘଟଣାର ୱାନ୍‌ ମେନ୍‌ ଭିଲିଆନ ତଥା ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ କାରନାମା ହଲିଉଡ୍‌ର କୌଣସି ଥ୍ରୀଲର ଷ୍ଟୋରୀ ଠାରୁ କମ୍ ନୁହେଁ। ବଲାଙ୍ଗିର ପୋଲିସ ହାତରେ ଧରାପଡ଼ି ନ ଥିବା ପୁଞ୍ଜିଲାଲ କିନ୍ତୁ କ୍ରାଇମବ୍ରାଞ୍ଚ ଫାସ ଫସିଯାଇଥିଲେ। ଏବେ ତାଙ୍କୁ କ୍ରାଇମବ୍ରାଞ୍ଚ ୬ଦିନ ଲାଗି ଜେରା ପାଇଁ ଆଣିଥିବା ବେଳେ ଦିନକୁ ଦିନ ପର୍ଦ୍ଦାଫାଶ ହେଉଛି ନୂଆ ନୂଆ କାହାଣୀ। କେବଳ ପୁଞ୍ଜିଲାଲଙ୍କ କାହାଣୀ ଚାଞ୍ଚଲ୍ୟକର ନୁହଁ ତାଙ୍କ ଚରିତ୍ର ମଧ୍ୟ ବେଶ ଭୟଙ୍କର। ବେଶଭୂଷାରେ ସବୁବେଳେ ଟିପ୍‌ଟପ୍‌ ରହୁଥିଲେ  ପୁଞ୍ଜିଲାଲ। ଅଧିକାଂଶ ସମୟରେ ତାଙ୍କୁ ବୁଟସୁଟରେ ଦେଖିବାକୁ ମିଲୁଥିଲା ।  ନୀଳ ବୁଲେଟରେ ଘୁରି ବୁଲୁଥିଲେ ପୁଞ୍ଜିଲାଲ।   କ୍ଳାସ ଭିତରେ ଭଲ ପାଠ ପଢାଉଥିଲେ ।  ପିଲାଙ୍କୁ  ଜୀବନରେ ବଡ ହେବା ପାଇଁ ଭଲ ଉପଦେଶ ବି ଦେଉଥିଲେ ।  କିନ୍ତୁ ସ୍ୱଭାବରେ ଥିଲେ ବଦରାଗୀ ଓ ପ୍ରତିକ୍ରୀୟାଶିଳ। ପାର୍ସଲ ବୋମା ଘଟଣାର ଏକମାତ୍ରା ଅଭିଯୁକ୍ତ ହେଲା ପରେ, ଅଧ୍ୟାପକ ପୁଞ୍ଜିଲାଲଙ୍କ ଲୁକ୍କାୟିତ ଚରିତ୍ରକୁ ନେଇ ବିଶ୍ୱାସ କରିପାରୁନାହାନ୍ତି ଛାତ୍ରଛାତ୍ରୀ ।  ଗତକାଲି କଟକରେ ପୁଞ୍ଜିଲାଲକୁ ଜେରା କରିଛି କ୍ରାଇମବ୍ରାଞ୍ଚ ।

ଆଉ ଜେରା ବେଳେ ନୂଆ ନୂଆ ତଥ୍ୟ ଉଗାଳିଥିଲେ ପୁଞ୍ଜିଲାଲ।   କେମିତି ବାରମ୍ବାର ଦୃଶ୍ୟମ ସିନେମାକୁ ଦେଖୁଥିଲେ , କେମିତି ପ୍ରମାଣ ନଷ୍ଟ କରି ପୋଲିସ ଆଖିରେ ଧୂଳି ଦେଇହେବ, ସେଇପାଇଁ ବାରମ୍ବାର ଦେଖୁଥିଲେ ହିନ୍ଦୀ ଚଳଚ୍ଚିତ୍ର ଦୃଶ୍ୟମ।   ଏପରିକି  ଅର୍ନ୍ତଜାତୀୟ ରିସର୍ଚ୍ଚ ସ୍କଲାରମାନଙ୍କ ସହିତ ବୋମା ତିଆରିକୁ ନେଇ ଚାଟିଂ କରୁଥିଲେ। ଆଉ ତା’ପରେ ରାତି ରାତି ବୋମା ତିଆରି କରିବା ପାଇଁ ଗବେଷଣା କରୁଥିଲେ ପୁଞ୍ଜିଲାଲ। ଏଭଳି ଭୟଙ୍କର ତଥ୍ୟ ଜାଣିବା ପରେ, ଗତକାଲି ବଲାଙ୍ଗିର ପୋଲିସ ସହିତ ଯୋଗାଯୋଗ କରିଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀ।  ଆଉ ପୁଣିଥରେ ଆରମ୍ଭ ହୋଇଥିଲା ଯାଞ୍ଚ।

ପୁଞ୍ଜିଲାଲ ରହୁଥିବା ଘର ସାମ୍ନାର ଡଷ୍ଟବିନକୁ ଯାଞ୍ଚ କରିଥିଲେ ବଲାଙ୍ଗିର ପୋଲିସର ସାଇଣ୍ଟିଫିକ ଟିମ୍‌।  ଡଷ୍ଟବିନ ଭିତରୁ ବାହାରିଥିଲା କିଛି କଟା ତାର, ଇଲେଟ୍ରୋନିକ୍ସ ଯନ୍ତ୍ରାସଂ ଏବଂ ଗୁଣ୍ଡ ଯୁକ୍ତ ଏକ୍ସପ୍ଳୋସିଭ। ଏଥିରୁ ସ୍ପଷ୍ଟ ହେଉଛି, କେମତି ପି.ଏଚ୍.ଡି ନାଁରେ ପୁଞ୍ଜିଲାଲଙ୍କ ପାଠଶାଳାରେ ଚାଲିଥିଲା ପାର୍ସଲ ବମ ତିଆରିର ଗବେଷଣା।   ଏବେ ଘଟଣା ପର୍ଦ୍ଦାଫାଶ ହେଲା ପରେ ଆଶ୍ୱସ୍ତ ପାଟଣାଗଡର ସାଧାରଣ ଲୋକେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos