ଆନ୍ଦୋଳନ ନାମରେ ଆତଙ୍କରାଜ : ଓରଟେଲ କର୍ମଚାରୀ ବନ୍ଦୀ, କହିଲେ ନମୁକୁଳାଇଲେ ଆତ୍ମାହୁତି ଦେବୁ
ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଇମ୍ଫା ପରେ ଓରଟେଲ ବିରୋଧରେ ଷଡ଼ଯନ୍ତ୍ର।   ଭୁବନେଶ୍ୱରରେ ଥିବା ଓରଟେଲ ମୁଖ୍ୟ କାର୍ଯ୍ୟାଳୟକୁ ହଟାଇ ସେଠାରେ ସପିଙ୍ଗ୍ କଂପ୍ଲେକ୍ ନିର୍ମାଣ ପାଇଁ ଦାବି କରିଛି ସ୍ଥାନୀୟ ସିଟିଜେନ୍ସକମିଟି ।  ଏହି କମିଟିର ସାଧାରଣ ସମ୍ପାଦକ ଅଜିତ ଦାସଙ୍କ ନେତୃତ୍ୱରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଅାଜି କମ୍ପାନୀ କାର୍ଯ୍ୟାଳୟ ଅାଗରେ ଧାରଣାରେ ବସିଛନ୍ତି।  ଏମାନେ କମ୍ପାନୀର ମୁଖ୍ୟ ଫାଟକରେ ତାଲା ପକାଇ ବେଅାଇନ ଭାବେ କାର୍ଯ୍ୟାଳୟକୁ ବନ୍ଦ୍  ରଖିଛନ୍ତି । ଖାଲି ସେତିକି ନୁହେଁ ଆନ୍ଦୋଳନକାରୀମାନେ ଖଣ୍ଡାକାତି ଓ ମାରଣାସ୍ତ୍ର ଆଣି ଅଫିସ ଆଗରେ ଗୁଣ୍ଡାରାଜ କରିଥିବା ଓରଟେଲ କର୍ମଚାରୀମାନେ ଅଭିଯୋଗ କରିଛନ୍ତି।
ଓରଟେଲ କର୍ମଚାରୀଙ୍କ କହିବା ଅନୁଯାୟୀ, ଆନ୍ଦୋଳନକାରୀମାନେ ଆମକୁ ଅଫିସରେ ବନ୍ଦୀ ରଖିଛନ୍ତି। ଆମେ ବାହାରକୁ ବାହାରିପାରୁନୁ। ଆମ ଜୀବନ ବିପଦରେ ରହିଛି। ପୋଲିସକୁ ଫୋନ୍ କଲେ ମଧ୍ୟ ସେମାନେ ଆସୁନାହାନ୍ତି। କୌଣସି ଉପାନ୍ତ ଅଞ୍ଚଳ ନୁହଁ ଖୋଦ ରାଜଧାନୀର ଛାତି ଉପରେ ଏମିତି  ଘଟଣା ଘଟୁଥିଲେ ମଧ୍ୟ ପୋଲିସ ପହଞ୍ଚିପାରୁ ନାହିଁ। ସରକାର ଜାଣିଶୁଣି ଏପରି ଅସାମାଜିକ କାର୍ଯ୍ୟକଳାପକୁ ପ୍ରୋତ୍ସାହନ କରୁଛନ୍ତି। ଆମକୁ ନ ମୁକୁଳାଇଲେ ଆମେ ସମୂହ ଆତ୍ମାହୁତି ଦେବୁ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏନେଇ କର୍ମଚାରୀମାନେ ଏକ ଭିଡିଓ ଜାରି କରି ରାଜ୍ୟ ସରକାର ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି।      ଅନ୍ୟପକ୍ଷରେ ସିଟିଜେନ୍ସକମିଟି ଅଭିଯୋଗ କରିଛି ଯେ, ଓର୍ଟେଲ ଅଫିସ ଯେଉଁ ଯାଗାରେ ହୋଇଛି, ୧୯୯୫ରେ ଏହି ସ୍ଥାନ ଏକ ସ୍କୁଲ ଦଖଲରେ ଥିଲା ତେବେ ୨୦୦୪ରେ ଏହି ଫ୍ୟୁଚର ଏକ୍ସପାନସନ ଭାବେ ଚିହ୍ନଟ କରି ବିଡିଏ ଏହି ଜମି ଅରଟେଲକୁ ଲିଜରେ ଦେଇଥିଲା।  କ୍ଷମତାରର ଅପବ୍ୟବହାର କରି ଓରଟେଲ ଏହି ଜମି ହାତେଇ ଥିବା କମିଟି ଅଭିଯୋଗ କରିଛି।  ତେଣୁ ସରକାର ଅରଟେଲ ସହ ଚୁକ୍ତି ବାତିଲ କରି ସେଠାରେ ଏକ ବହୁ ତଳ ସପିଙ୍ଗ କଂପ୍ଲେକ୍ସ ସହ ଏକ ଦୈନିକ ପରିବା ହାଟ ଏବଂ ଅନ୍ୟ ଦୋକାନ ଘର ନିର୍ମାଣ ଲାଗି ଦାବି କରିଛନ୍ତି।
https://twitter.com/fanclub_panda/status/993528593132150785
Ordigital Desk
• Published: Tuesday, 08 May 2018
• Updated: 08 May 2018, 10:35 AM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos