ଶତ ପ୍ରତିଶତ ଜରିମାନା ଦେଇ କ’ଣ ଖସି ଯିବେ ଖଣି ଦୁର୍ନୀତିରେ ସମ୍ପୃକ୍ତ ବ୍ୟକ୍ତି ?

ଭୁବନେଶ୍ୱର: ଖଣି ଦୁର୍ନୀତି ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟ ସୃଷ୍ଟି କରିଛି ଅନେକ ପ୍ରଶ୍ନ। ଦୁର୍ନୀତିରେ ସଂପୃକ୍ତ ଲିଜ୍‌ଧାରୀ କେବଳ ଜରିମାନା ଦେଇ ଖସିଯିବେ ନା ସେମାନଙ୍କ ବିରୋଧରେ ଚାଲିଥିବା ମାମଲା ଆଗକୁ ଚାଲିବ ତାହା ଏବେ ପ୍ରଶ୍ନବାଚୀ ଛିଡା ହୋଇଛି। ଖଣି ଦୁର୍ନୀତି ନେଇ ପ୍ରଶାସନ କି ପଦକ୍ଷେପ ଗ୍ରହଣ କରିବ ସେ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସୁପ୍ରିମକୋର୍ଟ ଖଣି ଦୁର୍ନୀତିରେ ସଂପୃକ୍ତ ବ୍ୟକ୍ତିଙ୍କୁ ୧୦୦ ପ୍ରତିଶତ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। […]

mining2

mining2

Rakesh Mallick
  • Published: Sunday, 06 August 2017
  • Updated: 06 August 2017, 08:56 PM IST

Sports

Latest News

ଭୁବନେଶ୍ୱର: ଖଣି ଦୁର୍ନୀତି ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟ ସୃଷ୍ଟି କରିଛି ଅନେକ ପ୍ରଶ୍ନ। ଦୁର୍ନୀତିରେ ସଂପୃକ୍ତ ଲିଜ୍‌ଧାରୀ କେବଳ ଜରିମାନା ଦେଇ ଖସିଯିବେ ନା ସେମାନଙ୍କ ବିରୋଧରେ ଚାଲିଥିବା ମାମଲା ଆଗକୁ ଚାଲିବ ତାହା ଏବେ ପ୍ରଶ୍ନବାଚୀ ଛିଡା ହୋଇଛି। ଖଣି ଦୁର୍ନୀତି ନେଇ ପ୍ରଶାସନ କି ପଦକ୍ଷେପ ଗ୍ରହଣ କରିବ ସେ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ସୁପ୍ରିମକୋର୍ଟ ଖଣି ଦୁର୍ନୀତିରେ ସଂପୃକ୍ତ ବ୍ୟକ୍ତିଙ୍କୁ ୧୦୦ ପ୍ରତିଶତ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଆସିବା ପରେ ଏବେ ସାଧାରଣରେ ଧାରଣା ସୃଷ୍ଟି ହୋଇଛି ଜରିମାନ ଦେଇଦେବା ପରେ କ’ଣ ସେମାନଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମାଫ୍ ହୋଇଯିବ। ତେବେ ସୁପ୍ରିମକୋର୍ଟ ଏମ୍‌ଏମ୍‌ଡିଆର ଆକ୍ଟର ତର୍ଜମା କରି କହିଛନ୍ତି ଯେ, ଯଦି ଲିଜ୍ ଏରିଆ ବାହାରେ ଖଣି ଖନନ କରାଯାଇଥାଏ କିମ୍ବା ଲିଜର ସର୍ତ୍ତ ଖିଲାଫ ହୋଇଥାଏ ତେବେ ଆଇନର ଧାରା ୨୧(୧) ଅନୁସାରେ ସମ୍ପୃକ୍ତ ଖଣି ଲିଜଧାରୀଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ହେକ୍ଟର ପିଛା ୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବା। ଅର୍ଥାତ୍ ଦୁର୍ନୀତି ବାବଦକୁ କେବଳ ଫାଇନ୍ ଦେଇ ଦେଲେ ସମସ୍ତ ଅନିୟମିତତା ଯେ ମାଫ ହୋଇଯିବ ତାହା ନୁହେଁ।
ଯେଉଁମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ତାର ତୁରନ୍ତ ଶୁଣାଣି ଓ ଯେଉଁ ମାନଙ୍କୁ ଫାଇନ୍ ହୋଇଛି ତୁରନ୍ତ ଆଦାୟ ଲାଗି କହିଛନ୍ତି ସୁପ୍ରିମକୋର୍ଟ।
ବେଆଇନ ଖନନ ଓ ଅନିୟମିତତା ପାଇଁ ରାଜ୍ୟର ୧୦୨ଟି ଖଣିକୁ ବନ୍ଦ କରାଯାଇଛି। ସେମାନଙ୍କ ମଧ୍ୟରୁ କେତେକଙ୍କ ବିରୋଧରେ ଭିଜିଲାନ୍ସ ଫୌଜଦାରୀ ମାମଲା ରୁଜୁ କରି ତଦନ୍ତ କରୁଛି। କେତେ ଜଣ ଅଭିଯୁକ୍ତ ଜେଲ୍‌ରେ ଥିବା ବେଳେ ଆଉ କେତେ ଜଣଙ୍କ ନାଁରେ ଚାର୍ଜ ଫ୍ରେମ ହୋଇଛି। ଏବେ ଏହି ଭିଜିଲାନ୍ସ ମାମଲା ସମେତ ଅନ୍ୟ ଫୌଜଦାରୀ ମାମଲା ଚାଲୁ ରହିବ ବୋଲି ଜରାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos