ନ୍ୟାସନାଲ ମେଡିକାଲ କମିଶନ ବିଲ୍‌କୁ ବିରୋଧ

docter

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରସ୍ତାବିତ ନ୍ୟାସନାଲ ମେଡିକାଲ କମିଶନ ବିଲ୍‌କୁ ଦେଶବ୍ୟାପୀ ବିରୋଧ କରାଯାଇଛି। ସର୍ବଭାରତୀୟ ଚିକିତ୍ସକ ସଂଘ ୧୨ ଘଣ୍ଟିଆ ହରତାଳ ପ୍ରଦର୍ଶନ କରୁଛି। ଡାକ୍ତରମାନେ କଳାବ୍ୟାଜ ପିନ୍ଧି ଆଜିର ଦିନକୁ କଳାଦିବସ ଭାବେ ପାଳନ କରୁଛନ୍ତି। ଦେଶର ପ୍ରାୟ ୩ ଲକ୍ଷ ଡାକ୍ତର ହରତାଳରେ ସାମିଲ୍ ହୋଇଛନ୍ତି। ରାଜ୍ୟରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି। ସର୍ବଭାରତୀୟ ମେଡିକାଲ ଆସୋସିଏସନ ନିଷ୍ପତ୍ତିକୁ ରାଜ୍ୟ ସଂଘ ସମର୍ଥନ କରିଛି। କଳାବ୍ୟାଜ ପିନ୍ଧି ସଂଘ ପ୍ରତୀକାତ୍ମକ ଧର୍ମଘଟ କରୁଛି।

ଏନେଇ ଆଜି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ସ୍ମାରକୀପତ୍ର ପ୍ରଦାନ କରାଯିବ। ବିଲ୍ ଅନୁସାରେ ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆର ସ୍ଥାନ ନେବ ନ୍ୟାସନାଲ ମେଡିକାଲ କମିଶନ। ଏହାର ଅଧ୍ୟକ୍ଷ ଓ ସଭ୍ୟ ସରକାରଙ୍କ ଦ୍ୱାରା ମନୋନୀତ ହେବେ ବୋଲି ବିଲ୍‌ରେ ଉଲ୍ଲେଖ ରହିଛି। ମେଡିକାଲ କଲେଜଗୁଡ଼ିକରେ ୧୫ ପ୍ରତିଶତ ସିଟ୍ ବଦଳରେ ୬୦ ପ୍ରତିଶତ ସିଟର ଫି’ ନିର୍ଦ୍ଧାରଣ କରିବାର ଅଧିକାର ମ୍ୟାନେଜମେଣ୍ଟକୁ ଦିଆଯାଇଛି। ସେହିପରି ଏମବିବିଏସ ପରେ ବି ପ୍ରାକଟିସ ପାଇଁ ଆଉ ଏକ ପରୀକ୍ଷା ଦେବା ବାଧ୍ୟତାମୂଳକ କରାଯାଇଛି। ଯାହାକୁ ବିରୋଧ କରିଛି ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆ। ଏହାକୁ ଅଗଣତାନ୍ତ୍ରିକ ଓ ରୋଗୀ ବିରୋଧୀ ବୋଲି ଆଇଏମ୍ଏ କହିଛି।

Previous ArticleNext Article

Send this to a friend