ଇମ୍ଫା ଆନ୍ଦୋଳନ ପ୍ରସଙ୍ଗ: ପ୍ଲାଣ୍ଟ ପରିସରରେ ଆଲୋଚନା ପାଇଁ ପ୍ରସ୍ତାବ ଦେଲେ କର୍ତ୍ତୃପକ୍ଷ

<p>ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା ଥେରୁବାଲି ସ୍ଥିତ ଇମ୍ଫା କାରଖାନା ଆଗରେ ଚାଲିଥିବା ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି। ଗତକାଲି ଆନ୍ଦୋଳନକାରୀମାନେ କମ୍ପାନୀ ଗେଟ୍&zwnj; ଆଗରେ ଭଙ୍ଗାରୁଜା କରିଥିବା ବେଳେ ଆଜି ବିଭିନ୍ନ ମାରଣାସ୍ତ୍ର ଦରି ବୁଲୁଥିବା ଦେଖିବାକୁ ମିଳିଥିଲା। ଏହା ମଧ୍ୟରେ ସମସ୍ୟାର ସମାଧାନ ପାଇଁ ପ୍ଲାଣ୍ଟ ପରିସରରେ ଆଲୋଚନା ପାଇଁ ପ୍ରଶାସନକୁ ପ୍ରସ୍ତାବ ଦେଇଛନ୍ତି ଇମ୍ଫା କର୍ତ୍ତୃପକ୍ଷ। ଯଦି ତାହା ସମ୍ଭବ ନୁହେଁ, ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ବସି ଆଲୋଚନା ହେଉ ବୋଲି କହିଛନ୍ତି ଇମ୍ଫା କର୍ତ୍ତୃପକ୍ଷ।</p> <p>ଅନ୍ୟପକ୍ଷରେ ଆନ୍ଦୋଳନକାରୀଙ୍କ ଧମକରେ କର୍ମଚାରୀମାନେ ଭୟଭୀତ ହୋଇ ରହିଛନ୍ତି। ଆନ୍ଦୋଳନକାରୀମାନେ ମାରଣାସ୍ତ୍ର ରଖିଥିବା ଟେଲିଭିଜନ ଫୁଟେଜରୁ ଦେଖିବାକୁ ମିଳିଛି। ତେଣୁ ଆନ୍ଦୋଳନସ୍ଥଳରେ ଆଲୋଚନା ସମ୍ଭବ ନୁହେଁ ବୋଲି ଇମ୍ଫା କର୍ତ୍ତୃପକ୍ଷ ଜଣାଇଛନ୍ତି।</p>

Ordigital Desk
  • Published: Thursday, 26 April 2018
  • Updated: 26 April 2018, 10:01 PM IST

Sports

Latest News

<p>ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା ଥେରୁବାଲି ସ୍ଥିତ ଇମ୍ଫା କାରଖାନା ଆଗରେ ଚାଲିଥିବା ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି। ଗତକାଲି ଆନ୍ଦୋଳନକାରୀମାନେ କମ୍ପାନୀ ଗେଟ୍&zwnj; ଆଗରେ ଭଙ୍ଗାରୁଜା କରିଥିବା ବେଳେ ଆଜି ବିଭିନ୍ନ ମାରଣାସ୍ତ୍ର ଦରି ବୁଲୁଥିବା ଦେଖିବାକୁ ମିଳିଥିଲା। ଏହା ମଧ୍ୟରେ ସମସ୍ୟାର ସମାଧାନ ପାଇଁ ପ୍ଲାଣ୍ଟ ପରିସରରେ ଆଲୋଚନା ପାଇଁ ପ୍ରଶାସନକୁ ପ୍ରସ୍ତାବ ଦେଇଛନ୍ତି ଇମ୍ଫା କର୍ତ୍ତୃପକ୍ଷ। ଯଦି ତାହା ସମ୍ଭବ ନୁହେଁ, ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ବସି ଆଲୋଚନା ହେଉ ବୋଲି କହିଛନ୍ତି ଇମ୍ଫା କର୍ତ୍ତୃପକ୍ଷ।</p><p>ଅନ୍ୟପକ୍ଷରେ ଆନ୍ଦୋଳନକାରୀଙ୍କ ଧମକରେ କର୍ମଚାରୀମାନେ ଭୟଭୀତ ହୋଇ ରହିଛନ୍ତି। ଆନ୍ଦୋଳନକାରୀମାନେ ମାରଣାସ୍ତ୍ର ରଖିଥିବା ଟେଲିଭିଜନ ଫୁଟେଜରୁ ଦେଖିବାକୁ ମିଳିଛି। ତେଣୁ ଆନ୍ଦୋଳନସ୍ଥଳରେ ଆଲୋଚନା ସମ୍ଭବ ନୁହେଁ ବୋଲି ଇମ୍ଫା କର୍ତ୍ତୃପକ୍ଷ ଜଣାଇଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos