ମାରଣାସ୍ତ୍ର ଧରି ବୁଲୁଛନ୍ତି ଆନ୍ଦୋଳନକାରୀ, ପ୍ଲାଣ୍ଟ ଭିତରେ ଭୟଭୀତ ଅବସ୍ଥାରେ ରହିଛନ୍ତି କର୍ମଚାରୀ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ଥେରୁବାଲିସ୍ଥିତ ଇମ୍ଫା ପ୍ଲାଣ୍ଟ ସମ୍ମୁଖରେ ଜାରି ରହିଥିବା ଆନ୍ଦୋଳନ ଆଜି ପଞ୍ଚମ ଦିନରେ ପହଞ୍ଚିଛିା ଜାରି ରହିଛି ଅଚଳାବସ୍ଥା। ଆତଙ୍କିତ ଅବସ୍ଥାରେ ରହିଛନ୍ତି ସାଧାରଣ ଲୋକ ଏବଂ କାରଖାନା ଭିତରେ ବନ୍ଦୀ ଅବସ୍ଥାରେ ଥିବା କର୍ମଚାରୀ। ତେବେ ଏଭଳି ଆନ୍ଦୋଳନ ପଛରେ କୌଣସି ବାହ୍ୟ ଚାପ ଥିବା ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ଗତକାଲି ଘଟଣାସ୍ଥଳକୁ ଯାଇ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ପ୍ରଶାସନିକ ଅଧିକାରୀ। ରାୟଗଡ଼ା ଓ କୋଲନରା […]

therubali

therubali

Rakesh Mallick
  • Published: Friday, 27 April 2018
  • Updated: 27 April 2018, 02:33 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ଥେରୁବାଲିସ୍ଥିତ ଇମ୍ଫା ପ୍ଲାଣ୍ଟ ସମ୍ମୁଖରେ ଜାରି ରହିଥିବା ଆନ୍ଦୋଳନ ଆଜି ପଞ୍ଚମ ଦିନରେ ପହଞ୍ଚିଛିା ଜାରି ରହିଛି ଅଚଳାବସ୍ଥା। ଆତଙ୍କିତ ଅବସ୍ଥାରେ ରହିଛନ୍ତି ସାଧାରଣ ଲୋକ ଏବଂ କାରଖାନା ଭିତରେ ବନ୍ଦୀ ଅବସ୍ଥାରେ ଥିବା କର୍ମଚାରୀ। ତେବେ ଏଭଳି ଆନ୍ଦୋଳନ ପଛରେ କୌଣସି ବାହ୍ୟ ଚାପ ଥିବା ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ଗତକାଲି ଘଟଣାସ୍ଥଳକୁ ଯାଇ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ପ୍ରଶାସନିକ ଅଧିକାରୀ। ରାୟଗଡ଼ା ଓ କୋଲନରା ବିଡିଓଙ୍କ ସହ କୋଲନରା ଆଡିସନାଲ ତହସିଲଦାର ଏବଂ ରାୟଗଡ଼ା ଏସ୍‌ଡିପିଓ ଆନ୍ଦାଳନକାରୀଙ୍କ ସହ ସେମାନଙ୍କ ୯ ଦଫା ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ଏହା ସତ୍ୱେ ସମାଧାନର ସୂତ୍ର ବାହାରି ପାରି ନ ଥିଲା। ଏଣେ ଏହି ଘଟଣାରେ ରାଜନୀତି ରଙ୍ଗ ଲାଗିବାରେ ଲାଗିଛି ବିଜେଡି ନେତା ଦାମୋଦର ରାଉତ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଏ ନେଇ ମତ ରଖିଛନ୍ତି। ଦାମ କାର୍ଯ୍ୟାନୁଷ୍ଠାନ କଥା କହିଥିବା ବେଳେ ତାରା ଏହାକୁ ବିଜେଡି-ବୈଜୟନ୍ତ କଳି ସହ ଯୋଡିଛନ୍ତି। .

ସୂଚନାଯୋଗ୍ୟ, ଆନ୍ଦୋଳନର ସମାଧାନ ଲାଗି ପ୍ଲାଣ୍ଟ ପରିସରରେ ଆଲୋଚନା ପାଇଁ ପ୍ରଶାସନକୁ ପ୍ରସ୍ତାବ ଦେଇଛନ୍ତି ଇମ୍ଫା କର୍ତ୍ତୃପକ୍ଷ । ଯଦି ତାହା ସମ୍ଭବ ନୁହେଁ, ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ବସି ଆଲୋଚନା ହେଉ ବୋଲି କହିଛନ୍ତି କର୍ତ୍ତୃପକ୍ଷ। ୪ ଦିନ ଧରି ଆନ୍ଦୋଳନକାରୀଙ୍କ ଧମକରେ କର୍ମଚାରୀମାନେ ଭୟଭୀତ ହୋଇ ରହିଛନ୍ତି । ବିକ୍ଷୋଭକାରୀମାନେ ମାରଣାସ୍ତ୍ର ରଖିଥିବା ଟେଲିଭିଜନ ଚିତ୍ରରୁ ଦେଖିବାକୁ ମିଳିଛି। ତେଣୁ ଆନ୍ଦୋଳନସ୍ଥଳରେ ଆଲୋଚନା ସମ୍ଭବ ନୁହେଁ ବୋଲି କୁହାଯାଉଛି।

ଏଣେ ଏହି ଆନ୍ଦୋଳନକୁ ଜିଲ୍ଲା ଆଦିବାସୀ ସଂଘ ବିରୋଧ କରିଛି।  ରାୟଗଡା ଜିଲ୍ଲା ଆଦିବାସୀ ସଂଘ ସଭାପତି ଆପଲସ୍ୱାମୀ କାଡ଼୍ରାକା ଆନ୍ଦୋଳନକୁ ସମାଲୋଚନା କରିଛନ୍ତି । କାଡ଼୍ରାକା କହିଛନ୍ତି, ଆଦିବାସୀମାନେ ହିଂସାତ୍ମକ ଆନ୍ଦୋଳନକୁ ପ୍ରଶ୍ରୟ ଦିଅନ୍ତି ନାହିଁ । ଶାସକ ଦଳର ଚାପରେ ଏଭଳି କାଣ୍ଡ ଚାଲିଛି । ଆଦିବାସୀ ଭାଇ ଭଉଣୀଙ୍କୁ ନିବେଦନ କରି ସେ କହିଛନ୍ତି ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରନ୍ତୁ।  କାହାରି ଚାପରେ ବଶବର୍ତ୍ତୀ ହୁଅନ୍ତୁ ନାହିଁ। ଆନ୍ଦୋଳନକୁ ନାପସନ୍ଦ କରି ପ୍ରତିକ୍ରିୟା ରଖିଛନ୍ତି ସଂଘର ଆବାହକ ବସନ୍ତ ଉଲ୍ଲାକା।

ଇମ୍ଫା ବିରୋଧରେ ଚାଲିଥିବା ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି । ସେ କହିଛନ୍ତି, ଏଭଲି ହିଂସାତ୍ମକ ଆନ୍ଦୋଳନ ଓଡ଼ିଶା ପାଇଁ ଲଜ୍ଜାଜନକ । ମୁଖ୍ୟମନ୍ତ୍ରୀ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ପଡୁ ନ ଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଆନ୍ଦୋଳନ ହେଉଛି କି ବୋଲି ତାରା କହିଛନ୍ତି।

ଏହି ପ୍ରସଙ୍ଗରେ ଟୁଇଟ ମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା।  ସେ ଲେଖିଛନ୍ତି ଯେ, ମୁଁ ଯେକୌଣସି ରାଜନୈତିକ ପ୍ରତିବାଦର ସାମ୍ନା କରିବାକୁ ପ୍ରସ୍ତୁତ। ବାହାର ଲୋକଙ୍କ ହିଂସ୍ର ଆଚରଣ ଯୋଗୁଁ ପ୍ଲାଣ୍ଟରେ ମହିଳ ଓ ଶିଶୁଙ୍କୁ କର୍ମଚାରୀ ବନ୍ଦୀ ଅବସ୍ଥାରେ ଅଛନ୍ତି।  ପୋଲିସ ଓ ଜିଲ୍ଲା ପ୍ରଶାସନ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରୁଛନ୍ତି । ସେହିପରି ଏହିଭଳି ଏକ ଘଟଣାକୁ ଜାତୀୟ ଗଣମାଧ୍ୟମ ଗୁରୁତ୍ୱ ନ ଦେବା ମଧ୍ୟ ଦୁର୍ଭାଗ୍ୟଜନକ ବୋଲି ସାଂସଦ ଟୁଇଟ କରି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos