“ଆମ ପାଖେ ଅପ୍‌ଡେଟ୍‌ ନାହିଁ, ଯାହା କରିବ କ୍ରାଇମ୍‌ବ୍ରାଞ୍ଚ”

ଭୁବନେଶ୍ୱର(ଓଡିଶା ରିପୋର୍ଟର): ବଲାଙ୍ଗିର ଜିଲା ପାଟଣାଗଡ଼ ପାର୍ସଲ ବୋମା ବିଷ୍ଫୋରଣ ଘଟଣାକୁ ମାସେ ପୁରିଛି। ମୃତ ସୌମ୍ୟଶେଖରଙ୍କ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ଆତତାୟୀ ଧରା ନ ହେବା ତାଙ୍କ ପାଇଁ ଆହୁରି ଦୁଃଖଦାୟକ ହୋଇପଡିଛି। ସୌମ୍ୟଶେଖରଙ୍କ ବାପା ବାରମ୍ବାର ପୋଲିସର ଦ୍ୱାରସ୍ଥ ହେଉଥିଲେ ବି ଘଟଣା ବାବଦରେ ସେମିତି କିଛି ଅପଡେଟ୍‌ ନ ଥିବା କହି ପୋଲିସ ଭୁଆଁ ବୁଲାଉଛି। ପ୍ରଶ୍ନ କଲେ କୁହାଯାଉଛି, “ଆମ ପାଖରେ ଅପଡେଟ୍‌ ନାହିଁ, ଯାହା କରିବ କ୍ରାଇମ୍‌ବ୍ରାଞ୍ଚ।” […]

13

13

Rakesh Mallick
  • Published: Friday, 23 March 2018
  • Updated: 23 March 2018, 04:44 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ବଲାଙ୍ଗିର ଜିଲା ପାଟଣାଗଡ଼ ପାର୍ସଲ ବୋମା ବିଷ୍ଫୋରଣ ଘଟଣାକୁ ମାସେ ପୁରିଛି। ମୃତ ସୌମ୍ୟଶେଖରଙ୍କ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ଆତତାୟୀ ଧରା ନ ହେବା ତାଙ୍କ ପାଇଁ ଆହୁରି ଦୁଃଖଦାୟକ ହୋଇପଡିଛି। ସୌମ୍ୟଶେଖରଙ୍କ ବାପା ବାରମ୍ବାର ପୋଲିସର ଦ୍ୱାରସ୍ଥ ହେଉଥିଲେ ବି ଘଟଣା ବାବଦରେ ସେମିତି କିଛି ଅପଡେଟ୍‌ ନ ଥିବା କହି ପୋଲିସ ଭୁଆଁ ବୁଲାଉଛି। ପ୍ରଶ୍ନ କଲେ କୁହାଯାଉଛି, “ଆମ ପାଖରେ ଅପଡେଟ୍‌ ନାହିଁ, ଯାହା କରିବ କ୍ରାଇମ୍‌ବ୍ରାଞ୍ଚ।”

ପାର୍ସଲ ବୋମା ପଠାଇଥିଲା କିଏ? ସେ ନେଇ ତଦନ୍ତରେ ଲାଗିଛି ପୋଲିସ। ସନ୍ଦେହ ଥିବା ଲୋକଙ୍କୁ ଜେରା କରୁଛି। ସାଇବର ଏକ୍ସପର୍ଟଙ୍କୁ ଡାକି ଆଲୋଚନା କରୁଛି। କିନ୍ତୁ କିଏ ଓ କାହିଁକି ପଠାଇଥିଲା ଏହି ମୃତ୍ୟୁର ଉପହାର ତାର କୌଣସି ନିଷ୍କର୍ସ ବାହାରିପାରୁନି। ପାଟଣାଗଡ଼ ପୋଲିସ୍ ହାତରୁ ତଦନ୍ତ ଭାର ଯାଇଛି କ୍ରାଇମ୍‌ବ୍ରଞ୍ଚ୍ ହାତକୁ।  ସେପଟେ ଘଟଣାର ମାସକ ପରେ ବି ଅଭିଯୁକ୍ତଙ୍କ ଟେର ପାଇ ନ ଥିବାରୁ ପରିବାର ଲୋକଙ୍କ ଭିତରେ ଭୟ ବଢିବାରେ ଲାଗିଛି।

ତା ହେଲେ ଏତେ ଦିନ ଭିତରେ ପୋଲିସ କ’ଣ ସବୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ଆସନ୍ତୁ ଜାଣିବା।

  • ଫେବୃଆରୀ ୨୩ ତାରିଖ ଘଟଣା ଘଟିଲାପରେ ପ୍ରଥମେ କୋରିୟର ସଂସ୍ଥାକୁ ଠାବ କରିଥିଲା ପୋଲିସ୍। ରାୟପୁର ସ୍କାଏ କିଙ୍ଗ୍ କୋରିୟରରୁ ଭାୟା ସମ୍ବଲପୁର ଓ ବଲାଙ୍ଗିର ଦେଇ ପାର୍ସଲ ପାଟଣାଗଡରେ ପହଞ୍ଚିଥିବା ଜଣାପଡିଥିଲା। ତେଣୁ ପ୍ରଥମେ ପୋଲିସ୍ ଟିମ୍ ରାୟପୁର ଯାଇଥିଲା। ରାୟପୁର ଥିବା କୋରିୟର ସଂସ୍ଥାର ସିସିଟିଭି କାମ ଦେଉ ନ ଥିବାରୁ ନିରାଶ ହୋଇ ଫେରିଥିଲା ପୋଲିସ୍। ଏପରି କି ପାର୍ସଲ ପଠାଇଥିବା ବ୍ୟକ୍ତିଙ୍କ ନାଁ ଆର୍.କେ. ଶର୍ମା ଶୁଣିବାକୁ ମିଳିଲା।
  • ପୋଲିସ ବେଙ୍ଗାଲୁର ଗଲା। ମୃତ ସୋମ୍ୟଶେଖରଙ୍କ କିଛି ସାଙ୍ଗକୁ ପଚରା ଉଚୁରା କଲାପରେ ଗୋଟିଏ ମୋବାଇଲ୍ ଓ ଲାପ୍‌ଟପ୍ ଜବତ କରି ଫେରିଲା।
  • ପାଟଣାଗଡରେ ସୋମ୍ୟଶେଖରଙ୍କର ଆଉ ଗୋଟିଏ ମୋବାଇଲ ଓ ଲାପ୍‌ଟପ୍‌ ଜବତ କରାଗଲା। ପୋଲିସ୍ ଘଣ୍ଟାପଡା ଯାଇ ମୃତ ସୋମ୍ୟଶେଖର ପତ୍ନୀ ରୀମାରାଣୀଙ୍କ ପରିବାର ଲୋକଙ୍କୁ ପଚରା ଉଚୁରା କଲା। ଏପରି କି ସୌମ୍ୟଶେଖରଙ୍କ ମୋବାଇଲକୁ ବାହାଘର ଆଗରୁ ଏକ ଧମକ ପୂର୍ଣ୍ଣ ମେସେଜ୍ ଆସିଥିବା ଜଣାପଡିଲା।
  • ଘଣ୍ଟାପଡାର ଦୁଇ ଜଣ ଯୁବକକୁ ଆଣି ପଚରା ଉଚୁରା କରାଗଲା । ଏସବୁ ପରେ ଜଣେ ସାଇବର ଏକ୍ସପର୍ଟକୁ ଡାକି ଆଜି ଯାଏ ତଦନ୍ତ କରୁଛି ପୋଲିସ୍।
  • ମୃତ ସୋମ୍ୟଶେଖର ବାପା ଓ ମାଆଙ୍କୁ ଚାରିରୁ ପାଞ୍ଚ ଥର ଡାକି ପଚରା ଉଚୁରା କରାଯାଇଛି କିନ୍ତୁ ଘଟଣାର ମାସକ ପରେ ବି ପୋଲିସ ହାତ ରହିଛି ଖାଲି ।
  • ମାର୍ଚ୍ଚ ୩ ତାରିଖରେ ବଲାଙ୍ଗିର ଏସ୍.ପି କହିଥିଲେ ଖୁବ ଶୀଘ୍ର ଘଟଣାର ସମାଧାନ ହେବ। ଏସ୍.ପି ଙ୍କ ଏପରି ବୟାନ ପରେ ଆଶା ବାନ୍ଧିଥିଲେ ଲୋକେ। କିନ୍ତୁ ମାସକ ଭିତରେ ବିଭିନ୍ନ ଦିଗରୁ ତଦନ୍ତ ପରେ ବି ଫଳ ହୋଇଛି ଶୂନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos