ବମିଖାଲ ଅଘଟଣର ମୁଖ୍ୟ ଖଳନାୟକ କିଏ?

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ୮ ମାସରେ ଦ୍ୱିତୀୟ ଟ୍ରାଜେଡି। ପୁଣି ଭୁଶୁଡ଼ିଲା ନିର୍ମାଣାଧୀନ ବମିଖାଲ ଓଭରବ୍ରିଜ୍ । ଗତକାଲି ବ୍ରିଜ୍ କାମ ଚାଲିଥିବାବେଳେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ଅନ୍ୟଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେପଟେ ଏହି ଘଟଣାରେ ବ୍ରିଜ୍ ନିର୍ମାଣ ଦାୟିତ୍ୱରେ ଥିବା ପଣ୍ଡା ଇନଫ୍ରା କମ୍ପାନୀ ମାଲିକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍। ଆଜି ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ସାଇଣ୍ଟିଫିକ୍ ଟିମ୍ । ସେପଟେ କିନ୍ତୁ ନିଜ ମୁଣ୍ଡରୁ ସବୁ ଦୋଷ ଖସାଇ ଶ୍ରମିକଙ୍କ ଉପରେ ଦୋଷ ଲଦିଛି ପୂର୍ତ୍ତ ବିଭାଗ। ଏହି ଅଘଟଣ ପାଇଁ କିଏ ଦାୟୀ ସେ ନେଇ କିଛି ବି ଜଣିପାରିନି ପ୍ରଶାସନ।</p> <p>୨୦୧୭ ସେପ୍ଟେମ୍ୱରରେ ବି ଭୁଶୁଡିଥିଲ ନିର୍ମାଣାଧୀନ ବମିଖାଲ ଓଭରବ୍ରିଜ୍ । ଯେଉଁଥିରେ ଜଣଙ୍କର ଅକାଳ ମୃତ୍ୟୁ ଘଟିଥିଲା । ଏଠି ପ୍ରଶ୍ନ ଉଠୁଛି, ଥରେ କଳା ତାଲିକାଭୁକ୍ତ ହେବା ସତ୍ତ୍ୱେ ପୁଣି ପଣ୍ଡା ଇନ୍ଫ୍ରା ପ୍ରୋଜେକ୍କୁ ବ୍ରିଜ୍ ନିର୍ମାଣ ଦାୟିତ୍ୱ ଦିଆଗଲା କିପରି? ଯଦି ଶୀଘ୍ର କାମ ସାରିବାକୁ ଏଭଳି ବ୍ୟବସ୍ଥା କରାଗଲା, ତେବେ ସଂସ୍ଥାର କାର୍ଯ୍ୟ ପ୍ରଣାଳୀ ଉପରେ କଡ଼ା ନଜର ରଖାଯାଇଥିଲା କି ନାହିଁ ସେ ନେଇ ମଧ୍ୟ ତଦନ୍ତ ହେବା ଜରୁରୀ। &nbsp;ଏଣୁ ପୂର୍ତ୍ତ ବିଭାଗର ଅବହେଳାକୁ ଦାୟି କରୁଛନ୍ତି ସ୍ଥାନୀୟ ଲୋକେ।&nbsp; ଥରେ ଅଘଟଣ ପରେ ପଣ୍ଡା ଇନ୍ଫ୍ରା ପ୍ରୋଜେକ୍ଟ ସୁରକ୍ଷା ବ୍ୟବସ୍ଥା ପାଇଁ ଚେତି ନ ଥିବାରୁ ତା ପ୍ରତି କି ଭଳି ଦଣ୍ଡ ବିଧାନ କରାଯିବ ସେ ନେଇ ଅପେକ୍ଷା କରିଛନ୍ତି ସାଧାରଣ ଲୋକେ। ଏମିତିକି ଠିକାସଂସ୍ଥା ଜାଣିଶୁଣି କାହାର ବାହୁଛାୟା ତଳେ ଏମିତି ଖାମଖିଆଲି କାମ କରୁଛି କି ବୋଲି ମଧ୍ୟ ପ୍ରଶ୍ନ ଉଠିଛି।</p>

Ordigital Desk
  • Published: Friday, 04 May 2018
  • Updated: 04 May 2018, 09:40 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ୮ ମାସରେ ଦ୍ୱିତୀୟ ଟ୍ରାଜେଡି। ପୁଣି ଭୁଶୁଡ଼ିଲା ନିର୍ମାଣାଧୀନ ବମିଖାଲ ଓଭରବ୍ରିଜ୍ । ଗତକାଲି ବ୍ରିଜ୍ କାମ ଚାଲିଥିବାବେଳେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ଅନ୍ୟଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେପଟେ ଏହି ଘଟଣାରେ ବ୍ରିଜ୍ ନିର୍ମାଣ ଦାୟିତ୍ୱରେ ଥିବା ପଣ୍ଡା ଇନଫ୍ରା କମ୍ପାନୀ ମାଲିକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍। ଆଜି ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ସାଇଣ୍ଟିଫିକ୍ ଟିମ୍ । ସେପଟେ କିନ୍ତୁ ନିଜ ମୁଣ୍ଡରୁ ସବୁ ଦୋଷ ଖସାଇ ଶ୍ରମିକଙ୍କ ଉପରେ ଦୋଷ ଲଦିଛି ପୂର୍ତ୍ତ ବିଭାଗ। ଏହି ଅଘଟଣ ପାଇଁ କିଏ ଦାୟୀ ସେ ନେଇ କିଛି ବି ଜଣିପାରିନି ପ୍ରଶାସନ।</p><p>୨୦୧୭ ସେପ୍ଟେମ୍ୱରରେ ବି ଭୁଶୁଡିଥିଲ ନିର୍ମାଣାଧୀନ ବମିଖାଲ ଓଭରବ୍ରିଜ୍ । ଯେଉଁଥିରେ ଜଣଙ୍କର ଅକାଳ ମୃତ୍ୟୁ ଘଟିଥିଲା । ଏଠି ପ୍ରଶ୍ନ ଉଠୁଛି, ଥରେ କଳା ତାଲିକାଭୁକ୍ତ ହେବା ସତ୍ତ୍ୱେ ପୁଣି ପଣ୍ଡା ଇନ୍ଫ୍ରା ପ୍ରୋଜେକ୍କୁ ବ୍ରିଜ୍ ନିର୍ମାଣ ଦାୟିତ୍ୱ ଦିଆଗଲା କିପରି? ଯଦି ଶୀଘ୍ର କାମ ସାରିବାକୁ ଏଭଳି ବ୍ୟବସ୍ଥା କରାଗଲା, ତେବେ ସଂସ୍ଥାର କାର୍ଯ୍ୟ ପ୍ରଣାଳୀ ଉପରେ କଡ଼ା ନଜର ରଖାଯାଇଥିଲା କି ନାହିଁ ସେ ନେଇ ମଧ୍ୟ ତଦନ୍ତ ହେବା ଜରୁରୀ। &nbsp;ଏଣୁ ପୂର୍ତ୍ତ ବିଭାଗର ଅବହେଳାକୁ ଦାୟି କରୁଛନ୍ତି ସ୍ଥାନୀୟ ଲୋକେ।&nbsp; ଥରେ ଅଘଟଣ ପରେ ପଣ୍ଡା ଇନ୍ଫ୍ରା ପ୍ରୋଜେକ୍ଟ ସୁରକ୍ଷା ବ୍ୟବସ୍ଥା ପାଇଁ ଚେତି ନ ଥିବାରୁ ତା ପ୍ରତି କି ଭଳି ଦଣ୍ଡ ବିଧାନ କରାଯିବ ସେ ନେଇ ଅପେକ୍ଷା କରିଛନ୍ତି ସାଧାରଣ ଲୋକେ। ଏମିତିକି ଠିକାସଂସ୍ଥା ଜାଣିଶୁଣି କାହାର ବାହୁଛାୟା ତଳେ ଏମିତି ଖାମଖିଆଲି କାମ କରୁଛି କି ବୋଲି ମଧ୍ୟ ପ୍ରଶ୍ନ ଉଠିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos