ଆଇଏସଆଇ ଲିଙ୍କ ଅଭିଯୋଗରେ ଗିରଫ ଈଶ୍ୱରଙ୍କ ଜାମିନ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ

ବାଲେଶ୍ୱର: ଆଇଏସ୍ଆଇ ଲିଙ୍କ୍ ଅଭିଯୋଗରେ ଗିରଫ ହୋଇଥିବା ଠିକା କ୍ୟାମେରାମ୍ୟାନ ଈଶ୍ୱର ବେହେରା ମାମଲାର ଜାମିନ୍ ଆବେଦନର ବିଚାର ଶେଷ ହୋଇଛି। ବାଲେଶ୍ୱର ଜିଲ୍ଲା ଦୌରା ଜଜଙ୍କ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଏହି ମାମଲାର ରାୟ ମଙ୍ଗଳବାର ପ୍ରକାଶ କରାଯିବ। ଏହାକୁ ନେଇ ଇଶ୍ୱରଙ୍କ ପରିବାର ବେଶ ଆଶାବାଦୀ ରହିଛନ୍ତି। ଅଭିଯୁକ୍ତ ଈଶ୍ୱରଙ୍କ ବିରୋଧରେ ହୋଇଥିବା ଅଭିଯୋଗର ସତ୍ୟତା ନ ଥିବା ସମ୍ପର୍କରେ ପ୍ରତିପକ୍ଷ ଓକିଲ ଯୁକ୍ତି ରଖିଥିଲେ। ସେହିପରି ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତକାରୀ ସଂସ୍ଥା […]

iswara behera

iswara behera

Rakesh Mallick
  • Published: Monday, 13 July 2015
  • Updated: 13 July 2015, 10:17 AM IST

Sports

Latest News

ବାଲେଶ୍ୱର: ଆଇଏସ୍ଆଇ ଲିଙ୍କ୍ ଅଭିଯୋଗରେ ଗିରଫ ହୋଇଥିବା ଠିକା କ୍ୟାମେରାମ୍ୟାନ ଈଶ୍ୱର ବେହେରା ମାମଲାର ଜାମିନ୍ ଆବେଦନର ବିଚାର ଶେଷ ହୋଇଛି। ବାଲେଶ୍ୱର ଜିଲ୍ଲା ଦୌରା ଜଜଙ୍କ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଏହି ମାମଲାର ରାୟ ମଙ୍ଗଳବାର ପ୍ରକାଶ କରାଯିବ। ଏହାକୁ ନେଇ ଇଶ୍ୱରଙ୍କ ପରିବାର ବେଶ ଆଶାବାଦୀ ରହିଛନ୍ତି।

ଅଭିଯୁକ୍ତ ଈଶ୍ୱରଙ୍କ ବିରୋଧରେ ହୋଇଥିବା ଅଭିଯୋଗର ସତ୍ୟତା ନ ଥିବା ସମ୍ପର୍କରେ ପ୍ରତିପକ୍ଷ ଓକିଲ ଯୁକ୍ତି ରଖିଥିଲେ। ସେହିପରି ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ୧୨୦ ଦିନ ମଧ୍ୟରେ ଫାଇନାଲ ଚାର୍ଜସିଟ କୋର୍ଟରେ ଦାଖଲ କରିପାରିନାହିଁ। ଏହି ଯୁକ୍ତି ଦର୍ଶାଇ ଜାମିନ୍ ପ୍ରଦାନ ପାଇଁ ଆବେଦନ କରିଥିଲେ ପ୍ରତିପକ୍ଷ ଓକିଲ । ସେପଟେ ବିଦେଶରୁ ଈଶ୍ୱର ବେହେରାଙ୍କ ଆକଉଣ୍ଟକୁ ଟଙ୍କା ଆସିବା ଓ ଫୋନ୍ ମାଧ୍ୟମରେ ଆଇଏସ୍ଆଇ ଏଜେଣ୍ଟଙ୍କୁ ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ ପ୍ରଦାନ କରିବା ଦର୍ଶାଇ ସରକାରୀ ଓକିଲ ଜାମିନ୍ ଆବେଦନ ଉପରେ ଆପତ୍ତି ଉଠାଇଥିଲେ।

ସୂଚନାଯୋଗ୍ୟ,ଗତ ଫେବୃୟାରୀ ୨୩ ତାରିଖରେ ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ ଆଇଏସ୍ଆଇ ଏଜେଣ୍ଟକୁ ପ୍ରଦାନ କରିବା ଅଭିଯୋଗରେ ଠିକା କ୍ୟାମେରାମ୍ୟାନ୍ ଈଶ୍ୱର ବେହେରାକୁ ବାଲେଶ୍ୱର ପୋଲିସ୍ ଗିରଫ କରିଥିଲା। ଏହାପରେ ଏହି ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ପ୍ରଦାନ କରାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos