ଜଗମୋହନ ମରାମତି ପ୍ରସଙ୍ଗରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

pil

କଟକ: ଶ୍ରୀମନ୍ଦିର ଓ ଜଗମୋହନର ଉପଯୁକ୍ତ ମରାମତି ଓ ସଂରକ୍ଷଣକୁ ନେଇ ହାଇକୋର୍ଟରେ ଆଜି ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଛି। ସ୍ୱେଚ୍ଛାସେବୀ ଅଭିଷେକ ଦାସଙ୍କ ପକ୍ଷରୁ ଦାଏର କରାଯାଇଥିବା ଏହି ମାମଲାରେ କେନ୍ଦ୍ର ସଂସ୍କୃତି ସଚିବ,  ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶକ, ରାଜ୍ୟ ପ୍ରତ୍ନତତ୍ତ୍ୱ ଅଧୀକ୍ଷକ, ମନ୍ଦିର ପ୍ରଶାସକ, ପୁରୀ ଜିଲ୍ଲାପାଳ, ମୁଖ୍ୟ ଶାସନ ସଚିବ, ଆଇନ ସଚିବ, ଦେବୋତ୍ତର କମିଶନର ଏବଂ ଗଜପତି ମହାରାଜଙ୍କୁ ପକ୍ଷଭୁକ୍ତ କରାଯାଇଛି।

ଜଗମୋହନର ଅବସ୍ଥା ସଂକଟାପନ୍ନ ହୋଇଥିବା ବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବେଶ୍ ଆରାମରେ ବସି ରହିଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି। ସେ ଆହୁରି ଦର୍ଶାଇଛନ୍ତି ଯେ ଜଗମୋହନର ମରାମତି ଯୁଦ୍ଧକାଳୀନ ଭିତ୍ତିରେ କରା ନ ଗଲେ ମନ୍ଦିର ସମ୍ପୂର୍ଣ ଭାବେ ଧ୍ୱଂସ ପାଇବାର ଆଶଙ୍କା ଦେଖାଦେଇଛି। ଏସବୁକୁ ଦୃଷ୍ଟିରେ ରଖି ପ୍ରତିପକ୍ଷମାନଙ୍କୁ ଶ୍ରୀମନ୍ଦିର ଓ ଜଗମୋହନର ଉପଯୁକ୍ତ ମରାମତି ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବାକୁ ସେ ଆବେଦନରେ ଅନୁରୋଧ କରିଛନ୍ତି। ଏହାଛଡ଼ା ମନ୍ଦିରର ମରାମତି ଓ ସଂରକ୍ଷଣର ତଦାରଖ ପାଇଁ ଏକ କମିଟି ଗଠନ କରିବାକୁ ଆବେଦନକାରୀ ଅନୁରୋଧ କରିଛନ୍ତି।

Previous ArticleNext Article

Send this to a friend