ବାହାରକୁ ଆସିଲା ଭିତର ଦୃଶ୍ୟ , କଟକଣା ସତ୍ତ୍ୱେ ଶ୍ରୀମନ୍ଦିର ନାଭିକଟା ମଣ୍ଡପରେ କେମିତି ସେଲଫି ଉଠାଇଲେ ଯୁଗଳ

puri-1

ପୁରୀ, (ଓଡ଼ିଶା ରିପୋର୍ଟର): ପୁଣି ଭାଇରାଲ ହେଲା ପୁରୀ ଶ୍ରୀମନ୍ଦିର ଭିତର ବେଢାର ଫଟୋ।  ଜଣେ ଭକ୍ତ ମୋବାଇଲରେ ଫଟୋ ଉଠାଇ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ଭାଇରାଲ ହୋଇଥିବା ଏହି ଫଟୋ ଯୁଗଳ କିଶୋର ବୈଷ୍ଣବ ନାମକ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ଅପଲୋଡ ହୋଇଥିବା ଦେଖିବାକୁ ମିଳିଛି।  ମୋବାଇଲ ନେବା କଟକଣା ଥିବା ସତ୍ତ୍ୱେ ମନ୍ଦିର ଭିତର ଫଟୋ କିଭଳି ଜଣେ ଉଠାଇଲେ ତାହା ପ୍ରଶାସନକୁ ଚିନ୍ତାରେ ପକାଇଛି । ଫଟୋ ଉଠାଇବାବେଳେ କେହି ଜାଣିପାରିଲେ ନାହିଁ କେମିତି   ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।  ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ନିକଟସ୍ଥ ନାଭିକଟା ମଣ୍ଡପଠାରୁ ଏହି ଫଟୋ ଉଠାଯାଇଥିବା ଅନୁମାନ କରାଯାଉଛି।  ଗତ କିଛି ଦିନ ତଳେ ଶ୍ରୀମନ୍ଦିର ଭିତର ବେଢାର ଓ ଜଗମୋହନର ଫଟୋ ଏବଂ ଭିଡିଓ ଭାଇରାଲ ହେବା ଘଟଣା ଚର୍ଚାର ବିଷୟ ହୋଇଥିଲା। ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ ।

Previous ArticleNext Article

Send this to a friend