ବନ୍ୟା ଧୋଇଦେଲା ଚାଷୀଙ୍କ ସ୍ୱପ୍ନ: ତଳି ଅଞ୍ଚଳରେ ଦୁର୍ଦ୍ଦଶାରେ ବିତୁଛି ଜୀବନ

ଭୁବନେଶ୍ୱର/ଯାଜପୁର: ବ୍ରାହ୍ମଣୀ ବନ୍ୟାରେ ଧୋଇଯାଇଛି ଚଷା ପୁଅର ସ୍ୱପ୍ନ, ଯେଉଁ ଜମିରୁ ଭଲ ଫସଲ ଅମଳ କରି ଦି’ ପଇସା ପାଇବାକୁ ଆଶା ରଖିଥିଲା। ବନ୍ୟା ପାଣିରେ ତାହା ମିଳେଇ ଯାଇଛି। ଅନ୍ୟପକ୍ଷରେ ତଳି ଅଞ୍ଚଳରେ ଘରେ ପାଣି ପଶିବା ପରେ ଦୁର୍ଦ୍ଦଶାରେ କଟୁଛି ବିପନ୍ନଙ୍କ ଜୀବନ। ଯାଜପୁର ଜିଲ୍ଲା ବରୀ ବ୍ଲକ୍ ବାଣୀଶ୍ରୀୟା ପଞ୍ଚାୟତ ବାରବାଟୀ କରସାହି ଗାଁର ଟୁକୁନି କର। ୩ ଏକର ଜମିରେ ସେ କରିଥିଲେ ପରିବା ଚାଷ। କାକୁଡ଼ିଠାରୁ ଆରମ୍ଭ କରି […]

flood in jajpur

flood in jajpur

Rakesh Mallick
  • Published: Tuesday, 01 August 2017
  • Updated: 02 August 2017, 09:03 AM IST

Sports

Latest News

ଭୁବନେଶ୍ୱର/ଯାଜପୁର: ବ୍ରାହ୍ମଣୀ ବନ୍ୟାରେ ଧୋଇଯାଇଛି ଚଷା ପୁଅର ସ୍ୱପ୍ନ, ଯେଉଁ ଜମିରୁ ଭଲ ଫସଲ ଅମଳ କରି ଦି’ ପଇସା ପାଇବାକୁ ଆଶା ରଖିଥିଲା। ବନ୍ୟା ପାଣିରେ ତାହା ମିଳେଇ ଯାଇଛି। ଅନ୍ୟପକ୍ଷରେ ତଳି ଅଞ୍ଚଳରେ ଘରେ ପାଣି ପଶିବା ପରେ ଦୁର୍ଦ୍ଦଶାରେ କଟୁଛି ବିପନ୍ନଙ୍କ ଜୀବନ।

ଯାଜପୁର ଜିଲ୍ଲା ବରୀ ବ୍ଲକ୍ ବାଣୀଶ୍ରୀୟା ପଞ୍ଚାୟତ ବାରବାଟୀ କରସାହି ଗାଁର ଟୁକୁନି କର। ୩ ଏକର ଜମିରେ ସେ କରିଥିଲେ ପରିବା ଚାଷ। କାକୁଡ଼ିଠାରୁ ଆରମ୍ଭ କରି ଜହ୍ନି, କଲରା ଭଳି ପରିବା ଫସଲ ମଧ୍ୟ ଭଲ ହୋଇଥିଲା। ଦିନ କେଇଟା ପରେ ଫସଲ ତୋଳାଯୋଗ୍ୟ ହୋଇଥାନ୍ତା। ହେଲେ ତା’ ପୂର୍ବରୁ ବ୍ରାହ୍ଣଣୀ ବନ୍ୟାରେ ଉଜୁଡ଼ି ଗଲା ସବୁ କିଛି। ପାଣି ଗଛସବୁ ପଚିବା ଆରମ୍ଭ କଲାଣି। ଧାର ଉଧାର କରି ଚାଷ କରିଥିବା ଟୁକୁନି ଟଙ୍କା ସୁଝିବାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି। କେବଳ ଟୁକୁନି ନୁହନ୍ତି ଏପରି ଅନେକ ଚାଷୀଙ୍କ ଫସଲ ନଷ୍ଟ ହୋଇଛି।

ବଢି ମାଡ଼ରେ ଖାଲି ଚାଷ ଉଜୁଡ଼ିନି। ଦୋହଲି ଯାଇଛି ବହୁ ଲୋକଙ୍କ ବାସସ୍ଥାନ। ଅନେକଙ୍କ ଘରେ ଏବେ ବି ଲହଡ଼ି ମାରୁଛି ବନ୍ୟା ପାଣି। ଝାଟିମାଟି ଘରେ ଅଣ୍ଟାଏ ଉଚ୍ଚର ପାଣି ହେବା ପରେ ପିଲା ଛୁଆଙ୍କୁ ଧରି ରାସ୍ତା ଉପରକୁ ଉଠି ଆସିଛନ୍ତି ସେକ୍ ବରକତ୍। ଫଟା ପଲିଥିନ ତଳେ ଦୁଇଦିନ ହେଲାଣି ଜୀବନ ବିତୁଛି। ବଢ଼ି ମାଡ଼ରେ ଘର କାନ୍ଥ କାଳେ ଭୁଶୁଡ଼ି ପଡ଼ିବ, ସେଥିପାଇଁ ମଝିରେ ମଝିରେ ଅଣ୍ଟାଏ ପାଣିରେ ପଶି ଘର ଅବସ୍ଥା ଦେଖି ଆସୁଛନ୍ତି ବରକତ୍। କେବଳ ବରକତ୍ ନୁହନ୍ତି, କିମ୍ଭୀରିଆପାଳ ପଞ୍ଚାୟତ ମିଳିମିଳାପୁର ଗାଁର ଅଧିକାଂଶ ପରିବାର ଏମିତି ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ବନ୍ୟା ପରିସ୍ଥିତି ଆଜି ମଧ୍ୟ ଉଦ୍‌ବେଗଜନକ ରହିଛି। ଜିଲ୍ଲାର ୩୬ ପଞ୍ଚାୟତର ଲକ୍ଷାଧିକ ଲୋକ ଏବେ ବି ଜଳବନ୍ଦୀ ଜୀବନ ଜିଉଁଛନ୍ତି। ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ପଟ୍ଟାମୁଣ୍ଡାଇ ଓ ଆଳି ବ୍ଲକ୍‌ରେ ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ପୂର୍ବାପେକ୍ଷା ଜଳସ୍ତର କମିଥିଲେ ମଧ୍ୟ ପଟ୍ଟାମୁଣ୍ଡାଇ ବ୍ଲକରେ ୧୪, ଆଳିର ୧୬ ଓ ରାଜନଗର ୫ଟି ପଞ୍ଚାୟତର ଅନେକ ଗାଁରେ ଏବେ ବଢ଼ିପାଣିରେ ବୁଡ଼ି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story