ଯାଜପୁର: ତନ୍ତିଘାଇ ନଦୀରେ ବୁଡ଼ି ଜଣେ ମୃତ, ଜଣେ ନିଖୋଜ

drowning

ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ ଅନ୍ତର୍ଗତ ବାଳୁଙ୍ଗାପାଟିଆ ଠାରେ ତନ୍ତିଘାଇ ନଦୀରେ ବୁଡ଼ି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ନିଖୋଜ ହୋଇଥିବା ଜଣାପଡ଼ିଛି। ମୃତକ ଜଣଙ୍କ ହେଉଛନ୍ତି ରାଜୁ ଭଗବନ। ନିଖୋଜ ହୋଇଥିବା ବ୍ୟକ୍ତିଙ୍କ ନାମ ଶ୍ୟାମ ଭଗବନ। ଉଭୟ ସଂପର୍କୀୟ ଭାଇ ହୋଇଥିବା ବେଳେ ଏମାନଙ୍କ ଘର ରାଜସ୍ଥାନ ଅଞ୍ଚଳରେ ବୋଲି ଜଣାପଡ଼ିଛି।

ବରୀ ବ୍ଲକ ତନ୍ତିଘାଇ ନଦୀର ବାଳୁଙ୍ଗାପାଟିଆ ଠାରେ ଚାଲିଥିବା ବ୍ରିଜ୍ ନିର୍ମାଣ କାର୍ଯ୍ୟରେ ଏମାନେ ଶ୍ରମିକ ଭାବେ କାମ କରୁଥିଲେ। ଆଜି ଅପରାହ୍ନରେ ସେମାନେ ନଦୀରେ ଗାଧୋଉ ଥିବା ବେଳେ ନଦୀ ଭିତରକୁ ଖସି ଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ରାଜୁଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଶ୍ୟାମ ନିଖୋଜ ଅଛନ୍ତି।

Previous ArticleNext Article

Send this to a friend