ଯାଜପୁର: ୨୦ଟି ବେଆଇନ୍ କ୍ରସର ସିଲ୍

ଯାଜପୁର:   ଯାଜପୁର ଜିଲ୍ଲାରେ ଚାଲିଥିବା ବେଆଇନ୍ କ୍ରସର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ରସର ଉପରେ ଚଢାଉ କରାଯାଇ ସିଲ୍ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ  ଯାଜପୁର ଜିଲ୍ଲାରେ ଥିବା ୮୩ଟି କ୍ରସର ୟୁନିଟକୁ ବନ୍ଦ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ଏଯାଏଁ ୨୦ଟି ବେଆଇନ୍ କ୍ରସର ସିଲ୍ କରାଯାଇଛି। ଅନ୍ୟପଟେ ପ୍ରଶାସନର କାର୍ଯ୍ୟାନୁଷ୍ଠାନକୁ କ୍ରସର୍ ମାଲିକ ସଂଘ ନିନ୍ଦା କରିଛି। ୨୦୧୦ ମସିହାରେ ହାଇକୋର୍ଟ ଦେଇଥିବା ଥଇଥାନ ନୀତିକୁ ଜିଲ୍ଲା ପ୍ରଶାସନ ପାଳନ […]

crser

crser

Rakesh Mallick
  • Published: Friday, 03 July 2015
  • Updated: 03 July 2015, 12:55 PM IST

Sports

Latest News

ଯାଜପୁର:   ଯାଜପୁର ଜିଲ୍ଲାରେ ଚାଲିଥିବା ବେଆଇନ୍ କ୍ରସର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ରସର ଉପରେ ଚଢାଉ କରାଯାଇ ସିଲ୍ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ  ଯାଜପୁର ଜିଲ୍ଲାରେ ଥିବା ୮୩ଟି କ୍ରସର ୟୁନିଟକୁ ବନ୍ଦ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ଏଯାଏଁ ୨୦ଟି ବେଆଇନ୍ କ୍ରସର ସିଲ୍ କରାଯାଇଛି। ଅନ୍ୟପଟେ ପ୍ରଶାସନର କାର୍ଯ୍ୟାନୁଷ୍ଠାନକୁ କ୍ରସର୍ ମାଲିକ ସଂଘ ନିନ୍ଦା କରିଛି। ୨୦୧୦ ମସିହାରେ ହାଇକୋର୍ଟ ଦେଇଥିବା ଥଇଥାନ ନୀତିକୁ ଜିଲ୍ଲା ପ୍ରଶାସନ ପାଳନ ନକରି କ୍ରସର୍ ମାଲିକଙ୍କ ଉପରେ ଜୁଲୁମ୍ କରୁଥିବା ଅଭିଯୋଗ କରିଛି ସଂଘ। ହାଇକୋର୍ଟ ନିର୍ଦ୍ଦେଶ ୧୫ ଦିନ ମଧ୍ୟରେ ପାଳନ କରାନଗଲେ କ୍ରସର ମାଲିକମାନେ ରାସ୍ତାକୁ ଓହ୍ଲାଇବେ ବୋଲି ସଂଘ ଚେତାବନୀ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos