ଭିନ୍ନକ୍ଷମ ଶାଳିକୁ ସମ୍ପର୍କୀୟ ଭିଣୋଇଙ୍କ ଦୁଷ୍କର୍ମ!

ଜଳେଶ୍ୱର (ଅଜିତ କୁମାର ଦାସ): ମରିଗଲା ମାନବିକତା। ସବୁ ସୀମା ଟପିଗଲେ। ରଜରେ ସାନ ଭଉଣୀ ଘରକୁ ବୁଲିବାକୁ ଯାଇଥିବା ଭିନ୍ନକ୍ଷମ ଭଉଣୀଙ୍କୁ ଦୁଷ୍କର୍ମ କଲା ସମ୍ପର୍କୀୟା ଭିଣୋଇ। ଏପରି ଅମାନବିୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରେ। ଏନେଇ ଆଜି ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ସମ୍ପର୍କୀୟ ଭିଣୋଇ ଖୁଦିଆ ଟଡୁକୁ ଅଟକ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ରଜରେ ଭିନ୍ନକ୍ଷମ ଯୁବତୀ ଜଣକ ସାନ ଭଉଣୀଙ୍କ ଘରକୁ ବୁଲିବା ପାଇଁ ଆସିଥିଲେ। ଗତକାଲି ସମ୍ପର୍କୀୟ ଭିଣୋଇ ଖୁଦିଆ ଟୁଡୁ ତାଙ୍କୁ କଲ୍ୟାଣପୁରକୁ ବୁଲାଇବାକୁ ନେଇଥିଲେ। ସେଠାରୁ ଫେରି ରାତିରେ ଭଉଣୀ ପାଖରେ ସେ ଶୋଇଥିଲେ। ମାତ୍ର ଆଜି ସକାଳେ ବିଛଣାରେ ବଡ଼ ଭଉଣୀଙ୍କୁ ନପାଇ ବିଚଳିତ ହୋଇପଡ଼ି ଥିଲେ। ପରେ ତାଙ୍କୁ ଉଲ୍ଲଂଗ୍ନ ଅବସ୍ଥାରେ ନିକଟସ୍ଥ ବିଲରେ ପଡ଼ିଥିବା ଦେଖିବାକୁ ମିଳିଥିଲା।

ଭଉଣୀ ଓ ଭିଣୋଇଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରି ଖୁଦିଆଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୀଡ଼ିତା ଅଭିଯୁକ୍ତକୁ ଚିହ୍ନିଥିବା ପୋଲିସ କହିଛି।

Previous ArticleNext Article

Send this to a friend