ଓଡ଼ିଶାରେ ପୁଞ୍ଜି ନିବେଶ କରିବେ ଜାପାନ କମ୍ପାନୀ

japan

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡିଶା ଓ ଜାପାନ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟବସାୟିକ ସଂପର୍କ ନେଇ ଶୁକ୍ରବାର ସଂଧ୍ୟାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜାପାନର ରାଷ୍ଟ୍ରଦୂତ କେଞ୍ଜି ହିରାମାଟସୁ ଭେଟିଛନ୍ତି। ବିଭିନ୍ନ ଶିଳ୍ପ ପାଇଁ ଓଡ଼ିଶାରେ ଥିବା ସୁଯୋଗ ଓ ସମ୍ଭାବନା ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ସେ ‌ଆଲୋଚନା କରିଥିଲେ। ଜାପାନର କମ୍ପାନୀମାନଙ୍କ ପାଇଁ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ  ଅନେକ ସୁଯୋଗ ରହଛି। ବିଶେଷ କରି ଇସ୍ପାତ,ପର୍ଯ୍ୟଟନ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଜାପାନର ଶିଳ୍ପଦ୍ୟୋଗୀମାନେ ପୁଞ୍ଜି ନିବେଶ କରିବେ ବୋଲି ଜାପାନ ରାଷ୍ଟ୍ରଦୂତ କହିଛନ୍ତି।

Previous ArticleNext Article

Send this to a friend