ଆଜି ଜେଇଇ ଆଡଭାନ୍ସଡ: ୪ଟି ସହରରେ ହେଉଛି ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଅନୁଷ୍ଠିତ ହେଉଛି ସର୍ବଭାରତୀୟ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ଆଡଭାନ୍ସଡ)। ଆମ ରାଜ୍ୟ ପାଇଁ ଭୁବନେଶ୍ୱର, କଟକ, ରାଉରକେଲା ଓ ବ୍ରହ୍ମପୁର ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। ଅନ୍‌ଲାଇନ୍ ଯୋଗେ ପରୀକ୍ଷା ଅନୁଷ୍ଠିତ ହେବ। ଜେଇଇ ମେନ୍‌ରୁ ସର୍ବଭାରତୀୟ ସ୍ତରରେ ମୋଟ୍ ୨ଲକ୍ଷ ୩୧ହଜାର ୨୪ ଜଣ ଜେଇଇ ଆଡଭାନ୍ସ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିମଧ୍ୟରୁ ଓଡିଶାରୁ ୬ହଜାର ୩୦୪ଜଣ ପରୀକ୍ଷା ଦେଉଛନ୍ତି। ୨ଟି ପର୍ଯ୍ୟାୟରେ ଏହି ପରୀକ୍ଷା ଅନୁଷ୍ଠିତ […]

jee 12

jee 12

Rakesh Mallick
  • Published: Sunday, 20 May 2018
  • Updated: 20 May 2018, 07:56 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଅନୁଷ୍ଠିତ ହେଉଛି ସର୍ବଭାରତୀୟ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ଆଡଭାନ୍ସଡ)। ଆମ ରାଜ୍ୟ ପାଇଁ ଭୁବନେଶ୍ୱର, କଟକ, ରାଉରକେଲା ଓ ବ୍ରହ୍ମପୁର ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। ଅନ୍‌ଲାଇନ୍ ଯୋଗେ ପରୀକ୍ଷା ଅନୁଷ୍ଠିତ ହେବ।

ଜେଇଇ ମେନ୍‌ରୁ ସର୍ବଭାରତୀୟ ସ୍ତରରେ ମୋଟ୍ ୨ଲକ୍ଷ ୩୧ହଜାର ୨୪ ଜଣ ଜେଇଇ ଆଡଭାନ୍ସ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିମଧ୍ୟରୁ ଓଡିଶାରୁ ୬ହଜାର ୩୦୪ଜଣ ପରୀକ୍ଷା ଦେଉଛନ୍ତି।

୨ଟି ପର୍ଯ୍ୟାୟରେ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି। ପ୍ରଥମ ପେପର ସକାଳ ୯ଟାରୁ ଆରମ୍ଭ ହୋଇ ୧୨ଟାରେ ସରିବ। ସେହିପରି ଦ୍ୱିତୀୟ ପେପର ୨ଟାରୁ ୫ଟା ଯାଏଁ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀମାନେ ସକାଳ ୭ଟା ୩୦ ମିନିଟ୍‌ରୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିଛନ୍ତି।  ଜୁନ୍ ୧୦ରେ ଫଳ ପ୍ରକାଶ ପାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos