ଶାଳପତ୍ର ଓ ସବାଇଘାସରୁ ଜିଏସ୍‌ଟି ଛାଡ଼ ଦାବିରେ ଜେଏମ୍‌ଏମ୍‌ ପକ୍ଷରୁ ଏନ୍‌ଏଚ୍‌ ଅବରୋଧ

Road-Blockade

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବିଶୋଇରେ ରାସ୍ତା ଅବରୋଧ। ଏନ୍ଏଚ୍ ୧୮ ଓ ଏନ୍ଏଚ୍ ୪୯ ଅବରୋଧ କରିଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)। ଶାଳପତ୍ର ଓ ସବାଇ ଘାସ ଉପରୁ ଜିଏସ୍‌ଟି ଛାଡ଼ ଦାବିରେ ଏହି ରାସ୍ତା ଅବରୋଧ କରାଯାଇଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ରାସ୍ତା ଅବରୋଧ ଅପରାହ୍ନ ୩ଟା ଯାଏଁ ଚାଲିବ।

ଜେଏମ୍ଏମ୍‌ର ଆନ୍ଦୋଳନ ଯୋଗୁଁ ବାରିପଦା-ବାଙ୍ଗିରିପୋଷି ଏବଂ ବିଶୋଇ-ଯଶୀପୁର ରାସ୍ତାରେ ଯାତାୟତ ପୂର ବନ୍ଦ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି।

Previous ArticleNext Article

Send this to a friend