ସୁରକ୍ଷା ପାଇଁ ଜେଏସ୍‌ପିଏଲ୍‌ ବଡ଼ବିଲ ପୁରସ୍କୃତ

ବଡବିଲ: କର୍ମଚାରୀମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ସର୍ବୋତ୍ତମ ସୁରକ୍ଷା ପ୍ରଦାନ ପାଇଁ ଡାଇରେକ୍ଟୋରେଟ୍ ଅଫ୍‌ ଫ୍ୟାକ୍ଟ୍ରିଜ୍‌ ଆଣ୍ଡ ବଏଲର୍ସ (ଡିଓଏଫ୍‌ବି) ଓଡିଶା ପକ୍ଷରୁ ଜିନ୍ଦଲ ଷ୍ଟିଲ ଆଣ୍ଡ୍ ପାୱାର ଲିମିଟେଡ (ଜେଏସ୍‌ପିଏଲ୍) ବଡବିଲ ପ୍ଲାଣ୍ଟକୁ ପୁରସ୍କୃତ କରାଯାଇଛି। ଭୁବନେଶ୍ୱରରେ ଆୟୋଜିତ ରାଜ୍ୟ ସୁରକ୍ଷା ପୁରସ୍କାର ଉତ୍ସବରେ ଏହି ପ୍ଲାଣ୍ଟକୁ ଲୋଏଷ୍ଟ ୱଟେଡ୍ ଫ୍ରିକୁଏନସି ରେଟ୍ ଅଫ ଆକ୍ସିଡେଣ୍ଟସ ଫର୍ ୨୦୧୭ (୨୦୧୭ ବର୍ଷରେ ସର୍ବନିମ୍ନ ବାରମ୍ବାରତା ଦୁର୍ଘଟଣା) ପାଇଁ ଦ୍ୱିତୀୟ ପୁରସ୍କାର ପ୍ରଦାନ କରାଯାଇଛି।ଡାଇରେକ୍ଟର ଅଫ ଫ୍ୟାକ୍ଟ୍ରିଜ୍‌ ଆଣ୍ଡ ବଏଲର୍ସଙ୍କ […]

Safety_Award

Safety_Award

Rakesh Mallick
  • Published: Thursday, 15 March 2018
  • Updated: 15 March 2018, 08:12 PM IST

Sports

Latest News

ବଡବିଲ: କର୍ମଚାରୀମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ସର୍ବୋତ୍ତମ ସୁରକ୍ଷା ପ୍ରଦାନ ପାଇଁ ଡାଇରେକ୍ଟୋରେଟ୍ ଅଫ୍‌ ଫ୍ୟାକ୍ଟ୍ରିଜ୍‌ ଆଣ୍ଡ ବଏଲର୍ସ (ଡିଓଏଫ୍‌ବି) ଓଡିଶା ପକ୍ଷରୁ ଜିନ୍ଦଲ ଷ୍ଟିଲ ଆଣ୍ଡ୍ ପାୱାର ଲିମିଟେଡ (ଜେଏସ୍‌ପିଏଲ୍) ବଡବିଲ ପ୍ଲାଣ୍ଟକୁ ପୁରସ୍କୃତ କରାଯାଇଛି। ଭୁବନେଶ୍ୱରରେ ଆୟୋଜିତ ରାଜ୍ୟ ସୁରକ୍ଷା ପୁରସ୍କାର ଉତ୍ସବରେ ଏହି ପ୍ଲାଣ୍ଟକୁ ଲୋଏଷ୍ଟ ୱଟେଡ୍ ଫ୍ରିକୁଏନସି ରେଟ୍ ଅଫ ଆକ୍ସିଡେଣ୍ଟସ ଫର୍ ୨୦୧୭ (୨୦୧୭ ବର୍ଷରେ ସର୍ବନିମ୍ନ ବାରମ୍ବାରତା ଦୁର୍ଘଟଣା) ପାଇଁ ଦ୍ୱିତୀୟ ପୁରସ୍କାର ପ୍ରଦାନ କରାଯାଇଛି।ଡାଇରେକ୍ଟର ଅଫ ଫ୍ୟାକ୍ଟ୍ରିଜ୍‌ ଆଣ୍ଡ ବଏଲର୍ସଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟ ସୁରକ୍ଷା ପୁରସ୍କାର କମିଟି ପ୍ଲାଣ୍ଟକୁ ଏଥିପାଇଁ ଚୟନ କରିଥିଲେ।

କମ୍ପାନୀ ପକ୍ଷରୁ ଏକଜିକ୍ୟୁଟିଭ୍ ଭାଇସ୍ ପ୍ରେସିଡେଣ୍ଟ ତଥା ବଡବିଲ୍ ପ୍ଲାଣ୍ଟ ମୁଖ୍ୟ ସୁରେଶା ଜି, ଅକୁପେସନାଲ୍ ହେଲଥ୍ ଆଣ୍ଡ୍ ସେଫଟି ମୁଖ୍ୟ ହରକୁଲସ୍ ଜେନା ଏହି ପୁରସ୍କାର ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ଠାରୁ ଗ୍ରହଣ କରିଥିଲେ।

ଏହି ଅବସରରେ ସୁରେଶା କହିଥିଲେ, “ନବୀନ ଜିନ୍ଦଲଙ୍କ ଅନୁସାରେ ସୁରକ୍ଷା ଆମ କାର୍ଯ୍ୟଶୈଳୀର ଏକ ଅଂଶ। ଆମେ ସର୍ବଦା ସବୁଠାରୁ ଉଚ୍ଚମାନର କାର୍ଯ୍ୟ ଭିତ୍ତିକ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ପ୍ରଦାନ କରିବା ପାଇଁ ଚେଷ୍ଟା କରି ଆସିଛୁ। ଆଶା କରୁଛି ଏହି ପୁରସ୍କାର ଆମକୁ ଏ ଦିଗରେ ଅଧିକ ଶୃଙ୍ଖଳିତ ହେବା ପାଇଁ ପ୍ରେରଣା ଯୋଗାଇବ।”

ଅନ୍ୟମାନଙ୍କ ମଧ୍ୟରେ କମଳେନ୍ଦୁ ମହାପାତ୍ର ଏବଂ ମଳୟ କୁମାର ପ୍ରଧାନ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos