ଯୁକ୍ତଦୁଇ ପ୍ରଥମବର୍ଷ ନାମଲେଖା ପାଇଁ ବ୍ରହ୍ମପୁର ସବୁ ସରକାରୀ ଓ ବେସରକାରୀ କଲେଜରେ ପ୍ରକ୍ରିୟା ଆରମ୍ଭ

ବ୍ରହ୍ମପୁର: ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମ ଲେଖା ପାଇଁ ବ୍ରହ୍ମପୁର ସହରରେ ଥିବା ସମସ୍ତ ସରକାରୀ ଓ ବେସରକାରୀ କଲେଜ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତ ବର୍ଷ ଖଲିକୋଟ କଲେଜର କଳାରେ ୬୦.୬୭, ବିଜ୍ଞାନରେ ୮୨ ଓ ବାଣିଜ୍ୟରେ ୭୦.୫୦ କଟ୍ଅଫ୍ ମାର୍କ ରଖାଯାଇଛି। କଲେଜରେ ବିଜ୍ଞାନ ଓ କଳାରେ ୫୬୩ଟି ସିଟ୍ ଥିବା ବେଳେ ବାଣିଜ୍ୟରେ ୩୮୪ଟି ଅଛି । ଆସନ୍ତା ୪ ତାରିଖରୁ ପ୍ରଥମ ବ୍ୟାଚର ନାମ ଲେଖା ଆରମ୍ଭ କରାଯିବ। ଏଥି ପାଇଁ ସମସ୍ତ ପ୍ରସ୍ତୁତି ସରିଛି ବୋଲି କଲେଜ ଅଧ୍ୟକ୍ଷ ଡ଼. ବିବେକାନନ୍ଦ ପଣ୍ଡା ପଣ୍ଡା କହିଛନ୍ତି।

Previous ArticleNext Article

Send this to a friend