କାମାକ୍ଷନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବଡ଼ସୁଆଁଳ ଗାଁ ବାଲିସାହି ନୂଆବନ୍ଧରେ ବୁଡ଼ି ଦୁଇ ଜଣ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଗାଁର ହିମାଂଶୁ ବିଶ୍ୱାଳଙ୍କ ପୁଅ ମିଥୁନ (୮) ଓ କର୍ଣ୍ଣ ସାହୁଙ୍କ ପୁଅ ସତ୍ୟବାନ (୧୨)। ସକାଳ ପ୍ରାୟ ୧୧ଟା ବେଳେ ସେମାନେ ଗାଧୋଇବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା। ପୋଖରୀରୁ ସେମାନଙ୍କୁ ଉଦ୍ଧାର କରାଯାଇ କାମାକ୍ଷନଗର ଡାକ୍ତରଖାନା ଅଣାଯାଉଥିବା ବେଳେ ମୃତ୍ୟୁ ଘଟିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।