ରୋଗୀ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ଦୁର୍ବ୍ୟବହାର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ତାଙ୍କ ସମ୍ପର୍କୀୟମାନେ କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଡାକ୍ତର ଜଣଙ୍କ ଏନେଇ ବାଲିଗୁଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଦାରିଙ୍ଗବାଡ଼ି ବ୍ଲକ୍ କିରିକୁଟି ଗ୍ରାମର ଜଣେ ରୋଗୀ ଚିକିତ୍ସା ପାଇଁ ବାଲିଗୁଡ଼ା ଡାକ୍ତରଖାନାକୁ ଆସିଥିଲେ। ସେ ଗୁରୁତର ଥିବାରୁ ତାଙ୍କୁ ଅନ୍ୟତ୍ର ନେଇ ଯିବାକୁ ଡାକ୍ତର ପରମର୍ଶ ଦେଇଥିଲେ। ସ୍ଥାନାନ୍ତର କରାଯିବା ବେଳେ ଉକ୍ତ ରୋଗୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏଥିରେ […]

kandhamal

kandhamal

Rakesh Mallick
  • Published: Friday, 09 December 2016
  • Updated: 09 December 2016, 02:44 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ତାଙ୍କ ସମ୍ପର୍କୀୟମାନେ କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଡାକ୍ତର ଜଣଙ୍କ ଏନେଇ ବାଲିଗୁଡ଼ା ଥାନାରେ ଅଭିଯୋଗ କରିଛନ୍ତି।

ଦାରିଙ୍ଗବାଡ଼ି ବ୍ଲକ୍ କିରିକୁଟି ଗ୍ରାମର ଜଣେ ରୋଗୀ ଚିକିତ୍ସା ପାଇଁ ବାଲିଗୁଡ଼ା ଡାକ୍ତରଖାନାକୁ ଆସିଥିଲେ। ସେ ଗୁରୁତର ଥିବାରୁ ତାଙ୍କୁ ଅନ୍ୟତ୍ର ନେଇ ଯିବାକୁ ଡାକ୍ତର ପରମର୍ଶ ଦେଇଥିଲେ। ସ୍ଥାନାନ୍ତର କରାଯିବା ବେଳେ ଉକ୍ତ ରୋଗୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏଥିରେ ରାଗି ଯାଇ ତାଙ୍କ ସଂପର୍କୀୟମାନେ ଡାକ୍ତର ସିତଭାନୁ ରଥଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ଡାକ୍ତରଖାନାରେ ଚାପା  ଉତ୍ତେଜନା ଦେଖାଯାଇଥିଲା। ପରିସ୍ଥିତିକୁ ଦେଖି ସେଠାରେ ପୋଲିସ୍ ମୁତୟନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos