ଦୁବାଇରେ ଫସି ରହିଥିବା ଓଡ଼ିଆ ଯୁବକଙ୍କ ମୁକ୍ତି ଲାଗି ମୁଖ୍ୟମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କୁ ଚିଠି ଲେଖିଲେ କନ୍ଧମାଳ ସାଂସଦ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁବାଇରେ ଫସି ରହିଥିବା ଓଡ଼ିଆ ଯୁବକ ଦିବ୍ୟରଞ୍ଜନଙ୍କ ମୁକ୍ତି&nbsp; ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ&nbsp; ସିଂହ।&nbsp; ସେହିପରି ସେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ମଧ୍ୟ ଚିଠିଲେଖି ଦିବ୍ୟରଞ୍ଜନଙ୍କୁ ମୁକ୍ତ କରିବାକୁ ଅନୁରୋଧ କରିଛନ୍ତି।</p> <p>କନ୍ଧମାଳ ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ଉରୁମୁଣ୍ଡା ଗାଁର ଦିବ୍ୟରଞ୍ଜନ ବେହେରା ଗତ ୨ ମାସ ହେବ ଦୁବାଇରେ ଫସି ରହିଛନ୍ତି।&nbsp; ଦିବ୍ୟରଞ୍ଜନଙ୍କ ସହ ଦେଶର ବିଭିନ୍ନ ପ୍ରାନ୍ତରୁ ୧୯ ଜଣ ମଧ୍ୟ ଫସି ରହିଛନ୍ତି।&nbsp; ସମସ୍ତଙ୍କ ପାସପୋର୍ଟ ଜବତ କରିଛି ଦୁବାଇ ପୋଲିସ।&nbsp; ପାସପୋର୍ଟ ନଥିବାରୁ ସେମାନେ ଭାରତ ଫେରିପାରୁନାହାନ୍ତି।&nbsp; ଦୁବାଇରେ କାମ କରୁଥିବା କମ୍ପାନୀରେ ଟଙ୍କା ନେଣଦେଣକୁ ନେଇ କିଛି ସମସ୍ୟା ଥିବାରୁ ତାଙ୍କୁ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି ବୋଲି କହିଛନ୍ତି ଦିବ୍ୟରଞ୍ଜନ। ମୁମ୍ବାଇ ସ୍ଥିତ ଏମରାଲ୍ଡ ମେରାଇନ&nbsp; ମ୍ୟାନେଜମେଣ୍ଟ କମ୍ପାନୀ ଜରିଆରେ ଦୁବାଇ ଯାଇଥିଲେ ଏହି ସମସ୍ତ&nbsp; ଯୁବକ। ସେମାନେ ସାଥୀରେ ନେଇ ଯାଇଥିବା ସାମଗ୍ରୀ ବେଆଇନ କହି ଦୁବାଇ ପୋଲିସ ତାଙ୍କୁ ଅଟକ ରଖିଥିଲା। ଦୁବାଇରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନି। ଦିବ୍ୟରଞ୍ଜନଙ୍କ ଆସନ୍ତା ୧୧ ତାରିଖରେ&nbsp; ବାହାଘର ଥିବାବେଳେ ପରିବାର ଲୋକେ ଆଶା ଓ ଆଶଙ୍କାରେ&nbsp; ରହିଛନ୍ତି।&nbsp; ପରିସ୍ଥିତିକୁ ନେଇ ତାଙ୍କ ବିବାହ ଉତ୍ସବକୁ ଘୁଞ୍ଚାଇ ଦିଆଯାଇଛି।</p>

Ordigital Desk
  • Published: Sunday, 11 March 2018
  • Updated: 11 March 2018, 08:12 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁବାଇରେ ଫସି ରହିଥିବା ଓଡ଼ିଆ ଯୁବକ ଦିବ୍ୟରଞ୍ଜନଙ୍କ ମୁକ୍ତି&nbsp; ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ&nbsp; ସିଂହ।&nbsp; ସେହିପରି ସେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ମଧ୍ୟ ଚିଠିଲେଖି ଦିବ୍ୟରଞ୍ଜନଙ୍କୁ ମୁକ୍ତ କରିବାକୁ ଅନୁରୋଧ କରିଛନ୍ତି।</p><p>କନ୍ଧମାଳ ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ଉରୁମୁଣ୍ଡା ଗାଁର ଦିବ୍ୟରଞ୍ଜନ ବେହେରା ଗତ ୨ ମାସ ହେବ ଦୁବାଇରେ ଫସି ରହିଛନ୍ତି।&nbsp; ଦିବ୍ୟରଞ୍ଜନଙ୍କ ସହ ଦେଶର ବିଭିନ୍ନ ପ୍ରାନ୍ତରୁ ୧୯ ଜଣ ମଧ୍ୟ ଫସି ରହିଛନ୍ତି।&nbsp; ସମସ୍ତଙ୍କ ପାସପୋର୍ଟ ଜବତ କରିଛି ଦୁବାଇ ପୋଲିସ।&nbsp; ପାସପୋର୍ଟ ନଥିବାରୁ ସେମାନେ ଭାରତ ଫେରିପାରୁନାହାନ୍ତି।&nbsp; ଦୁବାଇରେ କାମ କରୁଥିବା କମ୍ପାନୀରେ ଟଙ୍କା ନେଣଦେଣକୁ ନେଇ କିଛି ସମସ୍ୟା ଥିବାରୁ ତାଙ୍କୁ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି ବୋଲି କହିଛନ୍ତି ଦିବ୍ୟରଞ୍ଜନ। ମୁମ୍ବାଇ ସ୍ଥିତ ଏମରାଲ୍ଡ ମେରାଇନ&nbsp; ମ୍ୟାନେଜମେଣ୍ଟ କମ୍ପାନୀ ଜରିଆରେ ଦୁବାଇ ଯାଇଥିଲେ ଏହି ସମସ୍ତ&nbsp; ଯୁବକ। ସେମାନେ ସାଥୀରେ ନେଇ ଯାଇଥିବା ସାମଗ୍ରୀ ବେଆଇନ କହି ଦୁବାଇ ପୋଲିସ ତାଙ୍କୁ ଅଟକ ରଖିଥିଲା। ଦୁବାଇରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନି। ଦିବ୍ୟରଞ୍ଜନଙ୍କ ଆସନ୍ତା ୧୧ ତାରିଖରେ&nbsp; ବାହାଘର ଥିବାବେଳେ ପରିବାର ଲୋକେ ଆଶା ଓ ଆଶଙ୍କାରେ&nbsp; ରହିଛନ୍ତି।&nbsp; ପରିସ୍ଥିତିକୁ ନେଇ ତାଙ୍କ ବିବାହ ଉତ୍ସବକୁ ଘୁଞ୍ଚାଇ ଦିଆଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos