କନ୍ଧମାଳ: ଚକାପାଦକୁ ରାସ୍ତାର ଅବସ୍ଥା ଦୟନୀୟ, ପ୍ରଶାସନ କହୁଛି କାମ ଖୁବ୍ ଶୀଘ୍ର

ଜିଉଦୟଗିରି: କନ୍ଧମାଳ ଜିଲ୍ଲା ଟିକାବାଲି ତେଙ୍ଗଡାପଦର ଠାରୁ ଚକାପାଦ ଗାଁକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ। ରାସ୍ତା ସାରା ଖାଲଖମା  ଭର୍ତ୍ତି ହୋଇଥିବାରୁ ପ୍ରତିଦିନ ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି। ଚକାପାଦ ଏକ ତୀର୍ଥ କ୍ଷେତ୍ର ହୋଇଥିବାରୁ ଏହି ସ୍ଥାନକୁ ପ୍ରତିଦିନ ପର୍ଯ୍ୟଟକଙ୍କ ଭିଡ ଜମି ଥାଏ। ହେଲେ ପକ୍କା ରାସ୍ତା ନଥିବାରୁ  ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା ଦେଇ ଲୋକେ ଦଶପଲ୍ଲା ଓ ଗଞ୍ଜାମ  ଜିଲ୍ଲା ଯାଇଥାନ୍ତି। ଦୀର୍ଘ ଦିନ […]

chkapada

chkapada

Rakesh Mallick
  • Published: Friday, 17 July 2015
  • Updated: 17 July 2015, 09:31 AM IST

Sports

Latest News

ଜିଉଦୟଗିରି: କନ୍ଧମାଳ ଜିଲ୍ଲା ଟିକାବାଲି ତେଙ୍ଗଡାପଦର ଠାରୁ ଚକାପାଦ ଗାଁକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ। ରାସ୍ତା ସାରା ଖାଲଖମା  ଭର୍ତ୍ତି ହୋଇଥିବାରୁ ପ୍ରତିଦିନ ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି। ଚକାପାଦ ଏକ ତୀର୍ଥ କ୍ଷେତ୍ର ହୋଇଥିବାରୁ ଏହି ସ୍ଥାନକୁ ପ୍ରତିଦିନ ପର୍ଯ୍ୟଟକଙ୍କ ଭିଡ ଜମି ଥାଏ। ହେଲେ ପକ୍କା ରାସ୍ତା ନଥିବାରୁ  ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା ଦେଇ ଲୋକେ ଦଶପଲ୍ଲା ଓ ଗଞ୍ଜାମ  ଜିଲ୍ଲା ଯାଇଥାନ୍ତି। ଦୀର୍ଘ ଦିନ ଧରି ଗାଁ ଲୋକେ ଅଭିଯୋଗ କରୁଥିଲେ ସୁଦ୍ଧା ରାସ୍ତା କାମ ତିଆରି ହୋଇପାରୁ ନାହିଁ। ଦୁଇ ବର୍ଷ ପୂର୍ବେ ଏହି ରାସ୍ତା ପାଇଁ ସ୍ଥାନୀୟ ଜନସାଧାରଣ ଫୁଲବାଣୀ ଓ ବ୍ରହ୍ମପୁର ଜାତୀୟ ରାଜପଥ ଅବରୋଧ କରିଥିଲେ। ମାତ୍ର ଆଜି ଯାଏଁ ଏ ନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ।

ନିକଟରେ ତେଙ୍ଗଡା ପଦର ଠାରେ ଗାଁ ଲୋକେ ରାଜରାସ୍ତା ଅବରୋଧ କରିଥିଲେ। ରାସ୍ତାଟିକୁ ଗୋଟିଏ ମାସ ଭିତରେ ଟେଣ୍ଡର କରି ନିର୍ମାଣ କରାଯିବ ବୋଲି ଜିଲ୍ଲାପାଳ ଓ ଇଞ୍ଜିନିୟର ଆସି ଗାଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ପରେ ପିଡବ୍ଲୁଡିକୁ ଏହି କାମ ହସ୍ତାନ୍ତର କରାଯାଇଥିବା କଥା ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ହେଲେ ସ୍ଥାନୀୟ ଲୋକେ ଏନେଇ ଶୁଣିବା ପରେ ପିଡବ୍ଲୁକୁ  ଅଫିସକୁ ଯାଇ ବୁଝିବାରୁ ଜଣାପଡିଲା ଯେ, ସଂପୃକ୍ତ ଅଧିକାରୀଙ୍କ ନିକଟରେ ଏ ସମ୍ପର୍କିତ କୌଣସି ସୂଚନା ନାହିଁ। ସରକାରୀ ବିଭାଗ ମଧ୍ୟରେ ସମନ୍ନୟ ରହୁ ନ ଥିବାରୁ ଲୋକମାନେ ହଇରାଣ ହେଉଛନ୍ତି ବୋଲି ଗାଁର ସନ୍ତୋଷ ପଟ୍ଟନାୟକ କହିଛନ୍ତି। ରାସ୍ତା କାମ କେହି କରୁନାହାନ୍ତି। ଆମେ ଅନ୍ଧାର ଭିତରେ ପଡି ରହୁଛୁ। ଖାଲ ଖମା ରାସ୍ତା ଦେଇ ଯିବା ଆସିବା କରୁଛୁ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି।

chkapadaଚକାପାଦ ବ୍ଲକ୍ ଅଧ୍ୟକ୍ଷା କହିଛନ୍ତି, ୩ରୁ ୪ଥର ମନ୍ତ୍ରୀଙ୍କ ସହ ଯାଇ ସେ ସାକ୍ଷାତ କରି ଆଲୋଚନା କରିଛନ୍ତି। ହେଲେ କୌଣସି ଫାଇଦା ମିଳି ନାହିଁ। ନିକଟରେ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଭେଟିଥିଲୁ। ସେ କହିଥିଲେ ଟିକାବାଲି ମେଡିକାଲ ଛକ ଠୁ ପତାଙ୍ଗି ପର୍ଯ୍ୟନ୍ତ ରାସ୍ତା କାମ ହେବା ପାଇଁ ୫୨ ହଜାର କୋଟି ଟଙ୍କା ଅନୁମୋଦନ ହୋଇଯାଇଛି।  ଖୁବଶୀଘ୍ର ରାସ୍ତା କାମ ଆରମ୍ଭ ହେବ ବୋଲି ଅଧ୍ୟକ୍ଷା କହିଛନ୍ତି।

 ରାସ୍ତା କାମ କେବେ ଆରମ୍ଭ ହେବ ଏନେଇ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଦୀପ ରାଉତଙ୍କୁ ପଚାରିବାରୁ ସେ କହିଥିଲେ ଏହି ରାସ୍ତା କାମ ଗ୍ରାମ୍ୟ ଉନ୍ନୟନ ବିଭାଗ ହାତରେ ଥିଲା। ଏବେ ଏହି କାମ ପିଡବ୍ଲୁଡି ଦାୟିତ୍ୱ ଦିଆଯାଇଛି । ଟେଣ୍ଡର ପ୍ରକ୍ରିୟା ସରିବା ପରେ ଅତିଶୀଘ୍ର ରାସ୍ତା କାମ ଆରମ୍ଭ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos