କେନ୍ଦ୍ରାପଡ଼ାରେ ଟଣାଗଲା ରଥ

rathak

କେନ୍ଦ୍ରାପଡ଼ା: ଆଜି ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାରେ ରଥଟଣା ହୋଇଛି। ଦିନ ପ୍ରାୟ ଦୁଇଟା ବେଳକୁ ଏଠାରେ ପହଣ୍ଡି ବିଜେ ସରିଥିଲା। ଏହା ପରେ ଅପରାହ୍ନ ୩ଟା ବେଳେ ରଥ ଟଣା ଆରମ୍ଭ ହୋଇଥିଲା। ଅପରାହ୍ନ ପ୍ରାୟ ୫ଟା ବେଳେ ରଥ ମାଉସୀ ମା’ ମନ୍ଦିରରେ ପହଞ୍ଚିଥିଲା। ଗତକାଲି ପରଂପରା ମୁତାବକ ମାତ୍ର ୧୦୦ ମିଟର ରଥ ଟଣା ଯାଇଥିଲା। ଆଜି ରଥଟାଣିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମି ଥିଲା।

rathak1

କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ବାବା ବଳିଆ ପ୍ରମୁଖ ରଥଟଣା ବେଳେ ଉପସ୍ଥିତ ରହିଥିଲେ। ସେମାନେ ବି ରଥ ଟାଣି ଥିଲେ। ସେହିପରି ଜିଲ୍ଲାପାଳ, ଏସପିଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ରଥଟଣା ବେଳେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ଉପରେ ନଜର ରଖିଥିଲେ।

Previous ArticleNext Article

Send this to a friend