ପ୍ରଶ୍ନ ଥିଲା- ଆପଣ ବିଜେଡିରୁ ଇସ୍ତଫା ଦେବେ କି? ଉତ୍ତରରେ ବୈଜୟନ୍ତ କ’ଣ କହିଲେ ପଢ଼ନ୍ତୁ

ଭୁବନେଶ୍ୱର/କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ନିକଟ ଅଣ୍ଢରାରେ ଏକ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପଣ କରି ପୁଣି ଅଫିସର ରାଜୁତିକୁ ସମାଲୋଚନା କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। କହିଛନ୍ତି, ଯେଉଁମାନେ ଲକ୍ଷ୍ମଣରେଖା ଟପିଛନ୍ତି ସେମାନେ ଇସ୍ତଫା ଦିଅନ୍ତୁ। ଆଉ କେତେକ ପ୍ରସଙ୍ଗରେ ବି ସେ ସ୍ପଷ୍ଟ ମତ ପ୍ରଦାନ କରିଛନ୍ତି। ବୈଜୟନ୍ତ କହିଛନ୍ତି-“ସାଂସଦ ପାଣ୍ଠିରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ କାମ କେମିତି ଆଗେଇବ ତାହା ଉପରେ ସମୀକ୍ଷା କରୁଥିଲି। ସବୁବେଳେ ମୋ କାମରେ […]

Jay Panda

Jay Panda

Rakesh Mallick
  • Published: Saturday, 03 February 2018
  • Updated: 03 February 2018, 04:29 PM IST

Sports

Latest News

ଭୁବନେଶ୍ୱର/କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ନିକଟ ଅଣ୍ଢରାରେ ଏକ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପଣ କରି ପୁଣି ଅଫିସର ରାଜୁତିକୁ ସମାଲୋଚନା କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। କହିଛନ୍ତି, ଯେଉଁମାନେ ଲକ୍ଷ୍ମଣରେଖା ଟପିଛନ୍ତି ସେମାନେ ଇସ୍ତଫା ଦିଅନ୍ତୁ। ଆଉ କେତେକ ପ୍ରସଙ୍ଗରେ ବି ସେ ସ୍ପଷ୍ଟ ମତ ପ୍ରଦାନ କରିଛନ୍ତି।

ବୈଜୟନ୍ତ କହିଛନ୍ତି-“ସାଂସଦ ପାଣ୍ଠିରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ କାମ କେମିତି ଆଗେଇବ ତାହା ଉପରେ ସମୀକ୍ଷା କରୁଥିଲି। ସବୁବେଳେ ମୋ କାମରେ ବ୍ୟସ୍ତ ରହୁଥିଲି। ସେତେବେଳେ କେନ୍ଦ୍ରାପଡ଼ାରେ ଚାଲିଥିବା ପ୍ରଗତିକୁ କିଛି ଲୋକ ବାଧା ଦେବାକୁ ଚାହୁଁଥିଲେ। ଖୋଲାଖୋଲି ଧମକ ଦେଉଥିଲେ। ସେହି ସମୟରେ ମୋ ପାଖରେ ଦୁଇଟି ବିକଳ୍ପ ଥିଲା। ଅଣ ଓଡ଼ିଆ ଅଫିସରଙ୍କ ଚାପରେ ମୁଣ୍ଡ ନୁଆଁଇ ଚୁପ୍‌ ରହିବି କିମ୍ୱା ଓଡ଼ିଆ ସ୍ୱାଭିମାନ ପାଇଁ ମୁଣ୍ଡ ଟେକି କହିବି। ଏହାକୁ ପ୍ରତିବାଦ କରିଥିଲି। ଏହାର ଫଳାଫଳ କଣ ହେଲା ସମସ୍ତ ଜାଣିଛନ୍ତି। ମୋ ବିରୋଧରେ ରଚା ଯାଇଥିବା ଷଡ଼ଯନ୍ତ୍ରରେ ସେମାନେ ସଫଳ ହେଲେ। ଜଗନ୍ନାଥଙ୍କ ଆଶୀର୍ବାଦ ଓ ଆପଣମାନଙ୍କ (କେନ୍ଦ୍ରାପଡ଼ାବାସୀ) ଭଲ ପାଇବା ଯୋଗୁଁ ପୁଣି ଥରେ କାମରେ ଯୋଗ ଦେଇଛି। ଅନେକ ପ୍ରକଳ୍ପ ରହିଛି, ଯାହାକୁ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ। ଏବେ ଦେଖନ୍ତୁ କିଏ ପିଇବା ପାଣି ଦେଉଛି ଓ କିଏ ଅଟକାଇବାକୁ ଚାହୁଁଥିଲା।”

ବୈଜୟନ୍ତ ଆହୁରି କହିଛନ୍ତି-“ମୋର ଆଦର୍ଶ ହେଉଛନ୍ତି ବିଜୁ ବାବୁ। ସେ ଏମିତି ଧମକ ଆଗରେ ମୁଣ୍ଡ ନୁଆଁଇ ନଥିଲେ। ସେ ସବୁବେଳେ ସତକୁ ସତ ହିଁ କହୁଥିଲେ। ଅପ୍ରିୟ ସତ କଥା କହୁଥିଲେ। କିନ୍ତୁ ଆଜି ଅପ୍ରିୟ ସତ କଥା କହିଲେ କେହି ସହି ପାରୁ ନାହାଁନ୍ତି। ଆଜି ତାହା ପ୍ରମାଣିତ ହୋଇଛି।”

ସେହିପରି ଅଣ୍ଡାମାଡ଼ ପ୍ରସଙ୍ଗରେ ବୈଜୟନ୍ତ ମୁହଁ ଖୋଲିଛନ୍ତି। କହିଛନ୍ତି- “ଭିନ୍ନ ଭିନ୍ନ ପ୍ରକାରେ ପ୍ରତିବାଦ କରାଯାଇ ପାରିବ। ଅଣ୍ଡା ଫିଙ୍ଗିଲେ ଆଖିରେ ବାଜିପାରେ। କିନ୍ତୁ ସେହି ମହିଳା ଜଣକ ଚାପରେ ରହି ଏହି ପ୍ରତିବାଦ କଲେ, ତାହା ଅର୍ଥ ନୁହଁ ହତ୍ୟା ଉଦ୍ୟମ ମାମଲା ରୁଜୁ କରିବା ଓ ଟଣା ଓଟରା କରିବା। ଏପରି କରିବା ଠିକ୍‌ ନୁହେଁ। ଗତବର୍ଷ ଯେତେବେଳେ ମୋ ଉପରେ ଅଣ୍ଡା ଓ ପଥର ମାଡ଼ ହୋଇଥିଲା, ସେତେବେଳେ ୪ ମାସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଏପରିକି ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇନଥିଲା। ଏହା ହେଉଛି ହିପୋକ୍ରାସି (ପ୍ରବଞ୍ଚନା)। ସବୁ ମାମଲାକୁ ସମାନ ଢ଼ଙ୍ଗରେ ନେବାକୁ ପଡ଼ିବ। କାହାକୁ ପାତର ଅନ୍ତର କରିବା କଥା ନୁହେଁ।’’

ଇସ୍ତଫା ସଂପର୍କରେ ବୈଜୟନ୍ତ କହିଛନ୍ତି- “କେନ୍ଦ୍ରାପଡ଼ାର ଲକ୍ଷ ଲକ୍ଷ ଲୋକ ଭୋଟ ଦେଇ ମୋତେ ଜିତେଇଛନ୍ତି। ସେମାନଙ୍କ ମତାମତ ନେଇ ଯାହା ନିଷ୍ପତ୍ତି ନେବି। ସେ ବିଷୟରେ କିଛି କହିବି ନାହିଁ। କିନ୍ତୁ ଏତିକି କହିବି- ଯେଉଁ ସରକାରୀ ଅଫିସର ନୀତି ନିୟମକୁ ଉଲ୍ଲଂଘନ କରି ରାଜନୀତିରେ ସାମିଲ ହୋଇଛନ୍ତି, ଚାନ୍ଦା ନେଉଛନ୍ତି ଓ ଟିକେଟ ବାଣ୍ଟୁଛନ୍ତି, ସେମାନେ ଆଗେ ଇସ୍ତଫା ଦିଅନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos