ଲାଞ୍ଚ ହେଲା କାଳ

newphoto

ନୂଆପଡ଼ା(ଓଡ଼ିଶା ରିପୋର୍ଟର):  ଲାଞ୍ଚ ନେବା ହେଲା କାଳ। ଭିଜିଲାନ୍ସ ହାତରେ ଧରା ପଡ଼ିଲେ ନୂଆପଡ଼ା ଖଡିଆଳ କେନ୍ଦୁପତ୍ର ବିଭାଗ ଡିଏଫ୍ଓ ଲକ୍ଷ୍ମୀକାନ୍ତ ମିଶ୍ର। ରେଞ୍ଜରଙ୍କଠାରୁ ୨ଲକ୍ଷ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ ଲଖନା ରେଞ୍ଜରେ ୧୩ଲକ୍ଷଟଙ୍କାର କେନ୍ଦ୍ରପତ୍ର ଫଡି ଘର ଓ ସରକାରୀ ବାସ ଭବନ ନିର୍ମାଣ କରାଯାଇଥିଲା।  ତେବେ ବିଲ୍ ପାସ ପାଇଁ ଡିଏଫ୍ଓ ଇନଚାର୍ଜ ରେଞ୍ଜର ପର୍ଶୁରାମ ପଟେଲଙ୍କୁ ୨ଲକ୍ଷ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ପର୍ଶୁରାମ ଭିଜିଲାନ୍ସକୁ ଅବଗତ କରିଥିଲେ। ଲକ୍ଷ୍ମୀକାନ୍ତ ଲାଞ୍ଚ ନେବା ବେଳେ ଭବନୀପାଟଣା ଭିଜିଲାନ୍ସ ତାଙ୍କୁ  ଗିରଫ କରିଥିଲା। ଏହାସହ  ତାଙ୍କ ଖଡିଆଳସ୍ଥିତ ସରକାରୀ ବାସଭବନ ସହ ଭୁବନେଶ୍ୱରରେ ଥିବା ଘର ଓ ବାରିପଦାର ପୈତୃକ ଘରେ ଭିଜିଲାନ୍ସ ଚଢାଉ କରିଛି।

Previous ArticleNext Article

Send this to a friend