ଅନ୍ୟର ଜୀବନ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ଶେଖ୍‌ ଅହମ୍ମଦ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ରାଇସୁଆଁ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ଗାଧୋଇବା ବେଳେ ବୁଡ଼ି ଯାଉଥିବା ଜଣେ ଛାତ୍ରଙ୍କୁ ବଞ୍ଚାଇବାକୁ ଯାଇ ବୁଡ଼ି ଗଲେ ଆଉ ଜଣେ ଛାତ୍ର। ମୃତ ଛାତ୍ରଙ୍କ ନାଁ ଶେଖ୍‌ ଅହମ୍ମଦ ହାସନ୍‌(୧୪)। ରାଇସୁଆଁ ମୁସଲମାନ ବସ୍ତିର ମଦ୍ରାସାରେ କୋରାନ ଶିକ୍ଷା ନେଉଥିବା ୧୦ରୁ ୧୧ ଜଣ ଛାତ୍ର ଆଜି ସକାଳ ପ୍ରାୟ ୧୧ଟା ବେଳେ ପୋଖରୀରେ ଗାଧୋଉଥିବା ବେଳେ ଶେଖ୍‌ ଅବଦୁଲ ୱାହିଦ (୧୦) […]

kendujhara

kendujhara

Rakesh Mallick
  • Published: Friday, 09 December 2016
  • Updated: 09 December 2016, 05:17 PM IST

Sports

Latest News

kendujharaକେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ରାଇସୁଆଁ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ଗାଧୋଇବା ବେଳେ ବୁଡ଼ି ଯାଉଥିବା ଜଣେ ଛାତ୍ରଙ୍କୁ ବଞ୍ଚାଇବାକୁ ଯାଇ ବୁଡ଼ି ଗଲେ ଆଉ ଜଣେ ଛାତ୍ର। ମୃତ ଛାତ୍ରଙ୍କ ନାଁ ଶେଖ୍‌ ଅହମ୍ମଦ ହାସନ୍‌(୧୪)।

ରାଇସୁଆଁ ମୁସଲମାନ ବସ୍ତିର ମଦ୍ରାସାରେ କୋରାନ ଶିକ୍ଷା ନେଉଥିବା ୧୦ରୁ ୧୧ ଜଣ ଛାତ୍ର ଆଜି ସକାଳ ପ୍ରାୟ ୧୧ଟା ବେଳେ ପୋଖରୀରେ ଗାଧୋଉଥିବା ବେଳେ ଶେଖ୍‌ ଅବଦୁଲ ୱାହିଦ (୧୦) ନାମକ ଜଣେ ଛାତ୍ର ବୁଡ଼ି ଯାଇଥିଲେ। ଏହା ଦେଖି ତାଙ୍କ ସାଙ୍ଗରେ ଗାଧୋଉଥିବା ଶେଖ୍ ଅହମ୍ମଦ ହାସନ ତାଙ୍କୁ ବଞ୍ଚାଇବା ପାଇଁ ଲାଗି ପଡ଼ିଥିଲେ। ୱାହିଦ ବଞ୍ଚି ଯାଇଥିଲେ, କିନ୍ତୁ ଶେଖ ଅହମ୍ମଦ ହାସନ ପାଣିରେ ବୁଡ଼ି ଯାଇଥିଲେ। ସେ ପିନ୍ଧିଥିବା ଲୁଙ୍ଗିରେ ଛନ୍ଦି ହୋଇ ପାଣିରେ ବୁଡ଼ି ଯାଇଥିଲେ।

ମୃତ ଶେଖ୍‌ ଅହମ୍ମଦ ହାସନ୍‌ଙ୍କ ଘର ଜିଲ୍ଲାର ଆନନ୍ଦପୁର ବ୍ଲକ୍‌ ଅନ୍ତର୍ଗତ ପଣ୍ଡୁଆରେ। ତାଙ୍କ କୋରାନ ଶିକ୍ଷାର ଆଜି ଶେଷ ଦିନ ଥିଲା। ସେ ଆଜି ଘରକୁ ଫେରି ଥାଆନ୍ତେ। ସେଥିପାଇଁ ତାଙ୍କ ବାପା ଶେଖ୍ ସଲିମ୍ ମିଠା ନେଇ ମଦ୍ରାସାକୁ ଆସିଥିଲେ।

ଏ ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପୋଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos