ଗାଁ ଲୋକଙ୍କ ଅଜବ ନ୍ୟାୟ! ଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ନିଆଁ ପାଣି ବାସନ୍ଦ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗାଁ ଲୋକଙ୍କ ଅଜବ ନ୍ୟାୟ। ଦୁଷ୍କର୍ମରେ ଶିକାର ହୋଇଥିବା ନାବାଳିକାଙ୍କ ପରିବାରକୁ ନିଆଁ ଓ ପାଣି ବାସନ୍ଦ। ଗାଁ କମିଟି ନିଷ୍ପତ୍ତିକୁ ବିରୋଧ କରି ଥାନାରେ ଅଭିଯୋଗ କରିବାରୁ ପୀଡ଼ିତାଙ୍କ ପରିବାରକୁ ଏପରି ଦଣ୍ଡ ଭୋଗିବାକୁ ପଡ଼ିଛି। ଏପରି ଘଟଣା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁରୁଷୋତ୍ତମପୁର ଶିକୁଳାପଲ୍ଲୀ ଅଞ୍ଚଳର ଜଣେ ନାବାଳିକା ଦୁଷ୍କର୍ମରେ ଶିକାର ହୋଇଥିଲା। ଏହି ମାମଲାକୁ ତୁଟାଇବା ପାଇଁ ଗାଁ କମିଟି ବସିଥିଲା। ମାତ୍ର […]

rape-demo-52aeb93d5ff86_exlst

rape-demo-52aeb93d5ff86_exlst

Rakesh Mallick
  • Published: Thursday, 12 April 2018
  • Updated: 12 April 2018, 06:15 PM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗାଁ ଲୋକଙ୍କ ଅଜବ ନ୍ୟାୟ। ଦୁଷ୍କର୍ମରେ ଶିକାର ହୋଇଥିବା ନାବାଳିକାଙ୍କ ପରିବାରକୁ ନିଆଁ ଓ ପାଣି ବାସନ୍ଦ। ଗାଁ କମିଟି ନିଷ୍ପତ୍ତିକୁ ବିରୋଧ କରି ଥାନାରେ ଅଭିଯୋଗ କରିବାରୁ ପୀଡ଼ିତାଙ୍କ ପରିବାରକୁ ଏପରି ଦଣ୍ଡ ଭୋଗିବାକୁ ପଡ଼ିଛି। ଏପରି ଘଟଣା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ପୁରୁଷୋତ୍ତମପୁର ଶିକୁଳାପଲ୍ଲୀ ଅଞ୍ଚଳର ଜଣେ ନାବାଳିକା ଦୁଷ୍କର୍ମରେ ଶିକାର ହୋଇଥିଲା। ଏହି ମାମଲାକୁ ତୁଟାଇବା ପାଇଁ ଗାଁ କମିଟି ବସିଥିଲା। ମାତ୍ର କିଛି ନିଷ୍କର୍ସ ବାହାରି ପାରି ନଥିଲା। ପରେ ପୀଡ଼ିତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା। ମାତ୍ର ପରେ ଅଭିଯୁକ୍ତ ଜାମିନରେ ଆସିଥିଲେ। ପୀଡ଼ିତା ଥାନାରେ ଅଭିଯୋଗ କରିବାକୁ ଗାଁ ଲୋକେ ନାପସନ୍ଦ କରିଥିଲେ। ଏଥିପାଇଁ ଗାଁରେ ପୁଣି ବସିଥିଲା ବୈଠକ। ନିଷ୍ପତ୍ତି ଅନୁସାରେ ପୀଡ଼ିତାଙ୍କ ପରିବାରକୁ ୧୫,୦୦୦ ଓ ୫୦୦୦ ଟଙ୍କା ଜରିମାନା କରାଯାଇଥିଲା। ଏପରିକି ନିଆଁ ଓ ପାଣି ବାସନ୍ଦ କରିଥିଲା ଗାଁ କମିଟି। ଯାହାଫଳରେ ପୀଡ଼ିତାଙ୍କ ପରିବାର ଲୋକେ ଗାଁ ଛାଡ଼ି ସମ୍ପର୍କୀୟଙ୍କ ଘରେ ରହୁଛନ୍ତି। ଆଜି ପୀଡ଼ିତାଙ୍କ ପରିବାର ଲୋକେ ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ପାଖରେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos