ଭୁବନେଶ୍ୱର: ଖରିଫ୍ ଧାନ ସଂଗ୍ରହ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଖରିଫ୍ ଧାନ ସଂଗ୍ରହ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ତ୍ତମାନ ସୁଦ୍ଧା ୭ଟି ଜିଲ୍ଲାର ୧୧୦ଟି ସୋସାଇଟିରୁ ଧାନ ସଂଗ୍ରହ ଆରମ୍ଭ ହୋଇଛି। ୨୦ହଜାର ୬୫୮ ଚାଷୀଙ୍କଠାରୁ ୧ଲକ୍ଷ ୬୬ହଜାର ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି। ଏ ବାବଦରେ ୨୩୪ କୋଟି ୧୬ଲକ୍ଷ ଟଙ୍କା ଚାଷୀଙ୍କୁ ଦିଆଯାଇଛି। ଶୀଘ୍ର ଜିଲ୍ଲାସ୍ତରରେ ଡିଷ୍ଟ୍ରିକ୍ଟ ଲେଭଲ୍ ପ୍ରୋକ୍ୟୁରମେଣ୍ଟ କମିଟି ବୈଠକ କରି ଧାନ ସଂଗ୍ରହ କରିବାକୁ ଖାଦ୍ୟ ଯୋଗାଣ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ […]

cm

cm

Rakesh Mallick
  • Published: Wednesday, 09 December 2015
  • Updated: 10 December 2015, 03:55 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଖରିଫ୍ ଧାନ ସଂଗ୍ରହ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ତ୍ତମାନ ସୁଦ୍ଧା ୭ଟି ଜିଲ୍ଲାର ୧୧୦ଟି ସୋସାଇଟିରୁ ଧାନ ସଂଗ୍ରହ ଆରମ୍ଭ ହୋଇଛି। ୨୦ହଜାର ୬୫୮ ଚାଷୀଙ୍କଠାରୁ ୧ଲକ୍ଷ ୬୬ହଜାର ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି। ଏ ବାବଦରେ ୨୩୪ କୋଟି ୧୬ଲକ୍ଷ ଟଙ୍କା ଚାଷୀଙ୍କୁ ଦିଆଯାଇଛି। ଶୀଘ୍ର ଜିଲ୍ଲାସ୍ତରରେ ଡିଷ୍ଟ୍ରିକ୍ଟ ଲେଭଲ୍ ପ୍ରୋକ୍ୟୁରମେଣ୍ଟ କମିଟି ବୈଠକ କରି ଧାନ ସଂଗ୍ରହ କରିବାକୁ ଖାଦ୍ୟ ଯୋଗାଣ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଆଜିର ବୈଠକରେ ଡିଜିଟାଲ୍ ରାସନକାର୍ଡ ବଣ୍ଟନ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୧୬ଟି ଜିଲ୍ଲାରେ ଆସନ୍ତା ୨୦ ତାରିଖରୁ ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ମିଳିବ। ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ଓ ଏଥିରେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos