ହନୁମାନ ପଇସା ଦେବା ଆଳରେ ଅପହରଣ ଘଟଣା: ଧରାପଡ଼ିଲେ ୭ ଅଭିଯୁକ୍ତ

<p>ପାରାଦୀପ (ଓଡ଼ିଶା ରିପୋର୍ଟର): ହନୁମାନ ପଇସା ଆଳ ଦେଖାଇ ଜଣେ ବ୍ୟବସାୟୀଙ୍କୁ ଅପହରଣ ଏବଂ ୨୮ଲକ୍ଷ ଟଙ୍କା ଲୁଟ୍&zwnj; ଘଟଣାରେ ପାରାଦୀପ ପୋଲିସ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାରେ ଆଉ କେହି ସମ୍ପୃକ୍ତ ଥିବା ସନ୍ଦେହରେ ପୋଲିସ ତଦନ୍ତ ଜାରି ରଖିଛି। ସେମାନଙ୍କ ପାଖରୁ ପୋଲିସ ୧୪ଲକ୍ଷ ୭୭ହଜାର ଟଙ୍କା ଉଦ୍ଧାର କରିଛି।</p> <p>ଅଭିଯୋଗ ଅନୁସାରେ ଗତ ୧୧ ତାରିଖରେ ସନ୍ଦିପ କ୍ରିଷ୍ଣା ନାମକ ଜଣେ ବ୍ୟକ୍ତିଙ୍କୁ ହନୁମାନ ପଇସା ଦେବା ବାହାନାରେ ଦୁର୍ବୃତ୍ତମାନେ କୁଜଙ୍ଗ ଡାକିଥିଲେ। ହନୁମାନ ପଇସା ଲୋଭରେ ସନ୍ଦିପ କୁଜଙ୍ଗ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ହେଲେ ଦୁର୍ବୃତ୍ତମାନେ ତାଙ୍କୁ ଭୁତୁମୁଣ୍ଡାଇ ଆସିବାକୁ ଫୋନ କରି କହିଥିଲେ। ଏହାପରେ ସନ୍ଦିପ ସେଠାକୁ ଯାଇଥିଲେ। ସେଠାରେ ଏକ ନାଲି ରଙ୍ଗର ବୋଲେରୋ ଗାଡିରେ ଥିବା କିଛି ବ୍ୟକ୍ତି ତାଙ୍କୁ ହନୁମାନ ପଇସା ବାବଦକୁ ଟଙ୍କା ମାଗିଥିଲେ। ସନ୍ଦିପ ହନୁମାନ ପଇସା ମାଗିବାରୁ, ଦୁର୍ବୃତ୍ତମାନେ ତାଙ୍କୁ ଅପହରଣ କରି ୨୮ଲକ୍ଷ ଟଙ୍କା ଲୁଟି ନେଇଥିଲେ। ପରେ ତାଙ୍କୁ କଟକର ଗୋପାଳପୁର ନିକଟରେ ଗାଡିରୁ ଫିଙ୍ଗି ଦେଇ ପଳାଥିଲେ। ଏନେଇ ସନ୍ଦିପ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।</p>

Ordigital Desk
  • Published: Sunday, 15 April 2018
  • Updated: 15 April 2018, 07:37 PM IST
<p>ପାରାଦୀପ (ଓଡ଼ିଶା ରିପୋର୍ଟର): ହନୁମାନ ପଇସା ଆଳ ଦେଖାଇ ଜଣେ ବ୍ୟବସାୟୀଙ୍କୁ ଅପହରଣ ଏବଂ ୨୮ଲକ୍ଷ ଟଙ୍କା ଲୁଟ୍&zwnj; ଘଟଣାରେ ପାରାଦୀପ ପୋଲିସ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାରେ ଆଉ କେହି ସମ୍ପୃକ୍ତ ଥିବା ସନ୍ଦେହରେ ପୋଲିସ ତଦନ୍ତ ଜାରି ରଖିଛି। ସେମାନଙ୍କ ପାଖରୁ ପୋଲିସ ୧୪ଲକ୍ଷ ୭୭ହଜାର ଟଙ୍କା ଉଦ୍ଧାର କରିଛି।</p><p>ଅଭିଯୋଗ ଅନୁସାରେ ଗତ ୧୧ ତାରିଖରେ ସନ୍ଦିପ କ୍ରିଷ୍ଣା ନାମକ ଜଣେ ବ୍ୟକ୍ତିଙ୍କୁ ହନୁମାନ ପଇସା ଦେବା ବାହାନାରେ ଦୁର୍ବୃତ୍ତମାନେ କୁଜଙ୍ଗ ଡାକିଥିଲେ। ହନୁମାନ ପଇସା ଲୋଭରେ ସନ୍ଦିପ କୁଜଙ୍ଗ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ହେଲେ ଦୁର୍ବୃତ୍ତମାନେ ତାଙ୍କୁ ଭୁତୁମୁଣ୍ଡାଇ ଆସିବାକୁ ଫୋନ କରି କହିଥିଲେ। ଏହାପରେ ସନ୍ଦିପ ସେଠାକୁ ଯାଇଥିଲେ। ସେଠାରେ ଏକ ନାଲି ରଙ୍ଗର ବୋଲେରୋ ଗାଡିରେ ଥିବା କିଛି ବ୍ୟକ୍ତି ତାଙ୍କୁ ହନୁମାନ ପଇସା ବାବଦକୁ ଟଙ୍କା ମାଗିଥିଲେ। ସନ୍ଦିପ ହନୁମାନ ପଇସା ମାଗିବାରୁ, ଦୁର୍ବୃତ୍ତମାନେ ତାଙ୍କୁ ଅପହରଣ କରି ୨୮ଲକ୍ଷ ଟଙ୍କା ଲୁଟି ନେଇଥିଲେ। ପରେ ତାଙ୍କୁ କଟକର ଗୋପାଳପୁର ନିକଟରେ ଗାଡିରୁ ଫିଙ୍ଗି ଦେଇ ପଳାଥିଲେ। ଏନେଇ ସନ୍ଦିପ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos