କିଟ୍‌ର ଦାଦାଗିରୀ: ଜମି ହଡ଼ପ କରି ତୋଳୁଛି ବହୂତଳ କୋଠା, ଦେଖନ୍ତୁ ଭିଡିଓ

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): କିଟ୍ ବିରୋଧରେ ଆଉ ଏକ ଜମି କେଳେଙ୍କାରୀ ଅଭିଯୋଗ । ହାଇକୋର୍ଟଙ୍କ ନିର୍ଦ୍ଦେଶନାମାକୁ ଅଣଦେଖା କରି ଜଣେ ସାଧାରଣ ବ୍ୟକ୍ତିଙ୍କ ଜମିକୁ କିଟ୍ କର୍ତ୍ତୃପକ୍ଷ ହଡ଼ପ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଣିଛନ୍ତି ପଟିଆ ନୂଆବନ୍ତ ଗାଁର ଚନ୍ଦ୍ରଧ୍ୱଜ ସାହୁ । ପ୍ରତିବର୍ଷ ସେ ନିଜ ଜମିର ସମସ୍ତ କାଗଜପତ୍ର ସହ ଖଜଣା ପୈଠ କରୁଥିଲେ। କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସେହି ଜାଗାକୁ ଜବରଦଖଲ କରି କିଟ୍ କର୍ତ୍ତୃପକ୍ଷ ୯ ମହଲା କୋଠା ନିର୍ମାଣ କରୁଥିବା ଅଭିଯୋଗ ହୋଇଛି । ଗତ ୨୦୦୮ ନଭେମ୍ବର ୧୨ରେ ହାଇକୋର୍ଟ ଏହି ଜମି ବିବାଦର ଶୁଣାଣି କରି ଚନ୍ଦ୍ରଧ୍ୱଜଙ୍କ ସପକ୍ଷରେ ରାୟ ଦେଇଥିଲେ। ଏହାପରେ ବି ତାଙ୍କ ଜମି ଉପରେ ନିର୍ମାଣ କାମ ଚାଲିଥିବାରୁ ଆଜି ଘଟଣାସ୍ଥଳରେ ପହଞ୍ଚି ବିରୋଧ କରିଥିଲେ ଚନ୍ଦ୍ରଧ୍ୱଜ। ପରେ ପୋଲିସ ପହଞ୍ଚି ବିବାଦର ସମାଧାନ ନ ହେବା ପଯର୍ୟନ୍ତ ନିର୍ମାଣ କାମ ହୋଇପାରିବେନି ବୋଲି କହି କାମ ବନ୍ଦ କରିଥିଲା।</p>

Ordigital Desk
  • Published: Saturday, 19 May 2018
  • Updated: 19 May 2018, 10:20 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): କିଟ୍ ବିରୋଧରେ ଆଉ ଏକ ଜମି କେଳେଙ୍କାରୀ ଅଭିଯୋଗ । ହାଇକୋର୍ଟଙ୍କ ନିର୍ଦ୍ଦେଶନାମାକୁ ଅଣଦେଖା କରି ଜଣେ ସାଧାରଣ ବ୍ୟକ୍ତିଙ୍କ ଜମିକୁ କିଟ୍ କର୍ତ୍ତୃପକ୍ଷ ହଡ଼ପ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଣିଛନ୍ତି ପଟିଆ ନୂଆବନ୍ତ ଗାଁର ଚନ୍ଦ୍ରଧ୍ୱଜ ସାହୁ । ପ୍ରତିବର୍ଷ ସେ ନିଜ ଜମିର ସମସ୍ତ କାଗଜପତ୍ର ସହ ଖଜଣା ପୈଠ କରୁଥିଲେ। କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସେହି ଜାଗାକୁ ଜବରଦଖଲ କରି କିଟ୍ କର୍ତ୍ତୃପକ୍ଷ ୯ ମହଲା କୋଠା ନିର୍ମାଣ କରୁଥିବା ଅଭିଯୋଗ ହୋଇଛି । ଗତ ୨୦୦୮ ନଭେମ୍ବର ୧୨ରେ ହାଇକୋର୍ଟ ଏହି ଜମି ବିବାଦର ଶୁଣାଣି କରି ଚନ୍ଦ୍ରଧ୍ୱଜଙ୍କ ସପକ୍ଷରେ ରାୟ ଦେଇଥିଲେ। ଏହାପରେ ବି ତାଙ୍କ ଜମି ଉପରେ ନିର୍ମାଣ କାମ ଚାଲିଥିବାରୁ ଆଜି ଘଟଣାସ୍ଥଳରେ ପହଞ୍ଚି ବିରୋଧ କରିଥିଲେ ଚନ୍ଦ୍ରଧ୍ୱଜ। ପରେ ପୋଲିସ ପହଞ୍ଚି ବିବାଦର ସମାଧାନ ନ ହେବା ପଯର୍ୟନ୍ତ ନିର୍ମାଣ କାମ ହୋଇପାରିବେନି ବୋଲି କହି କାମ ବନ୍ଦ କରିଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos