କଟକରେ ଚାଲିଛି ରୀନାଙ୍କ ଚିକିତ୍ସା; କ’ଣ କହିଛନ୍ତି ଡାକ୍ତର ଶୁଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଆହତ ବୋହୂ ରୀନାରାଣୀ ସାହୁଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଛି। ତାଙ୍କୁ ଆଜି  କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ତାଙ୍କ ଶରୀରର ୩୬ ପ୍ରତିଶତ ପୋଡ଼ି ଯାଇଛି। ତାଙ୍କୁ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ୩ ନମ୍ବର କ୍ୟାବିନେର ରଖାଯାଇଛି। ତାଙ୍କୁ ପ୍ଲାଷ୍ଟିକ ସର୍ଭରୀ ବିଭାଗର ପ୍ରଫେସର ଡକ୍ଟର ଅନନ୍ଦା ପଟ୍ଟନାୟକ ଚିକିତ୍ସା କରୁଛନ୍ତି। ଆଖି,କାନ ଓ ଅନ୍ୟାନ୍ୟ ବିଭାଗ ଡାକ୍ତରମାନେ ମଧ୍ୟ ତାଙ୍କର ଅବସ୍ଥା ପରୀକ୍ଷା କରିବା ପରେ ଚିକିତ୍ସା ଆରମ୍ଭ କରିବେ।

ରୀନାଙ୍କ ଦେହରେ କେଉଁଠି କେଉଁଠି କ୍ଷତ ହୋଇଛି, କ୍ଷତ କେତେ ଗୁରୁତର ଓ ତାଙ୍କର ଅବସ୍ଥା କେମିତି ଅଛି ସେସବୁ ନେଇ କଟକ ବଡ଼ ଡାକ୍ତରଖାନାର କାଜୁଆଲିଟି ମେଡିକାଲ୍ ଅଫିସର ଡକ୍ଟର ଭୂବନାନନ୍ଦ କ’ଣ କହିଛନ୍ତି ଏ ଭିଡିଓରେ ଶୁଣନ୍ତୁ।

ଫେବ୍ରୃଆରୀ୧୮ ତାରିଖରେ ପାଟଣାଗଡ଼ର ବ୍ରହ୍ମପଡ଼ାର ସୌମଶେଖରଙ୍କ ସହ ରୀନାରାଣୀଙ୍କ ବିବାହ ହୋଇଥିଲା। ୨୩ ତାରିଖ ଦିନ ପାର୍ସଲରେ ଏକ ଉପହାର ଘରକୁ ଆସିଥିଲା। ଏହି ପାର୍ସଲକୁ ଖୋଲିବା ସମୟରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଫଳରେ ସୌମଶେଖର, ତାଙ୍କ ଜେଜେମା ଓ ରୀନାରାଣୀ ଗୁରୁତର ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୌମଶେଖର ଓ ତାଙ୍କ ଜେଜେମାଙ୍କର ସେହିଦିନ ହିଁ ମୃତ୍ୟୁ ହୋଇଯାଇଥିଲା। ପରେ ରୀନାରାଣୀଙ୍କୁ ସେଠାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ଆଉ ଆଜି କଟକ ଅଣାଯାଇଛି।

ଅନ୍ୟପକ୍ଷରେ ପୋଲିସ୍ ପାର୍ସଲ ପଠାଇଥିବା ବ୍ୟକ୍ତିଙ୍କ ପରିଚୟ ବି ପାଇଛି। ପାର୍ସଲ ପଠାଇଥିବା ବ୍ୟକ୍ତିଙ୍କ ନାଁ ଆର.କେ. ଶର୍ମା। ତାଙ୍କ ବିଷୟରେ ପୋଲିସ୍ ତଦନ୍ତ ଚଲାଇଛି।

Ordigital Desk
• Published: Sunday, 25 February 2018
• Updated: 25 February 2018, 12:57 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos