କୋଣାର୍କ: ଜମି ବିବାଦକୁ କେନ୍ଦ୍ର କରି ଭୁଜାଲି ମାଡ଼ରେ ୩ ଆହତ

konaka

କୋଣାର୍କ: ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ବାଜପୁର ଗାଁରେ ଆଜି ଏକ ଜମି ବିବାଦକୁ କେନ୍ଦ୍ର କରି  ଭୁଜାଲି ମାଡ଼ରେ ଗୋଟିଏ ପରିବାର ୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଉତ୍ତ୍ୟକ୍ତ ଗ୍ରାମବାସୀମାନେ ଏହି ଘଟଣାରେ ପୋଲିସ୍‌କୁ ଦାୟୀ କରିବା  ସହ ଅଭିଯୁକ୍ତକୁ ଗିରଫ ଦାବିରେ କୋଣାର୍କ-କାକଟପୁର ମୁଖ୍ୟ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜନା ଲୋକଙ୍କୁ ବୁଝାସୁଝା କରିଛି।

ସୂଚନାଯୋଗ୍ୟ,  ଜମି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା।

Previous ArticleNext Article

Send this to a friend