ପଥର ତଳେ ଫସି ରହିଥିବା ୨ ଜେସିବି ଅପରେଟରଙ୍କୁ ଉଦ୍ଧାର ପାଇଁ ସେନାର ଦ୍ୱିତୀୟ ଟିମ୍‌ର ଉଦ୍ୟମ

<p>ଜୟପୁର (ଟି. ଗୌରୀଶଙ୍କର): କୋରାପୁଟ ବରିପୁଟରେ ପଥର ତଳେ ଫସି ରହିଥିବା ୨ ଜେସିବି ଅପରେଟରଙ୍କୁ ଉଦ୍ଧାର ପାଇଁ&nbsp; ପ୍ରୟାସ ଜାରି ରହିଛି। ଆାଜି ସେନାର ଦ୍ୱିତୀୟ ଟିମ୍ ପହଞ୍ଚିବା ପରେ ଏବେ ବ୍ଲାଷ୍ଟିଂ ଜରିଆରେ ଉଦ୍ଧାର ଏବଂ ପଥର ହଟାଇବା କାମ ଆରମ୍ଭ ହୋଇଛି। ପଥର ବ୍ଲାଷ୍ଟିଂ ପୂର୍ବରୁ ସଂପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି।</p> <p>କେମିତି ଏହି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ, ସେଥିପାଇଁ ଗତକାଲି ସେନାର ଟେକନିକାଲ ଟିମ୍ ଆସିବା ପରେ ଆଜି ମଧ୍ୟ ରାଞ୍ଚିରୁ ଆଉ ଏକ ଟେକନିକାଲ ଟିମ ପହଞ୍ଚିଥିଲା। ଏହି ଟିମ୍&zwnj;ର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏବେ ପଥର ବ୍ଲାଷ୍ଟିଂ କରାଯାଉଛି। ଦୀର୍ଘ ୭ଦିନ ହେବ ନିରନ୍ତର ପ୍ରଚେଷ୍ଟା ପରେ ବି ପଥର ତଳେ ଫସି ରହିଥିବା ଦୁଇ ଜେସିବି ଅପରେଟରଙ୍କୁ ଉଦ୍ଧାର କରାଯାଇ ପାରିନି। ଏମାନେ ମୃତ ନା ଜୀବିତ ତାହା ଜଣାପଡ଼ିନି।</p>

Ordigital Desk
  • Published: Thursday, 07 June 2018
  • Updated: 07 June 2018, 10:26 PM IST

Sports

Latest News

<p>ଜୟପୁର (ଟି. ଗୌରୀଶଙ୍କର): କୋରାପୁଟ ବରିପୁଟରେ ପଥର ତଳେ ଫସି ରହିଥିବା ୨ ଜେସିବି ଅପରେଟରଙ୍କୁ ଉଦ୍ଧାର ପାଇଁ&nbsp; ପ୍ରୟାସ ଜାରି ରହିଛି। ଆାଜି ସେନାର ଦ୍ୱିତୀୟ ଟିମ୍ ପହଞ୍ଚିବା ପରେ ଏବେ ବ୍ଲାଷ୍ଟିଂ ଜରିଆରେ ଉଦ୍ଧାର ଏବଂ ପଥର ହଟାଇବା କାମ ଆରମ୍ଭ ହୋଇଛି। ପଥର ବ୍ଲାଷ୍ଟିଂ ପୂର୍ବରୁ ସଂପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି।</p><p>କେମିତି ଏହି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ, ସେଥିପାଇଁ ଗତକାଲି ସେନାର ଟେକନିକାଲ ଟିମ୍ ଆସିବା ପରେ ଆଜି ମଧ୍ୟ ରାଞ୍ଚିରୁ ଆଉ ଏକ ଟେକନିକାଲ ଟିମ ପହଞ୍ଚିଥିଲା। ଏହି ଟିମ୍&zwnj;ର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏବେ ପଥର ବ୍ଲାଷ୍ଟିଂ କରାଯାଉଛି। ଦୀର୍ଘ ୭ଦିନ ହେବ ନିରନ୍ତର ପ୍ରଚେଷ୍ଟା ପରେ ବି ପଥର ତଳେ ଫସି ରହିଥିବା ଦୁଇ ଜେସିବି ଅପରେଟରଙ୍କୁ ଉଦ୍ଧାର କରାଯାଇ ପାରିନି। ଏମାନେ ମୃତ ନା ଜୀବିତ ତାହା ଜଣାପଡ଼ିନି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos