କୋରାପୁଟ-ଜୟପୁର ଘାଟିରେ ଗ୍ୟାସ୍‌ ଟ୍ୟାଙ୍କର ଓଲଟିଲା

ଜୟପୁର: କୋରାପୁଟ-ଜୟପୁର ଘାଟି ରାସ୍ତାରେ ଆଜି ଅପରାହ୍ନ ୨ଟା ବେଳେ ଏକ ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ିବାରୁ ଟ୍ୟାଙ୍କରଟି ଫାଟି ଗ୍ୟାସ ନିର୍ଗତ ହେଉଛି। ଖବର ପାଖ ଜୟପୁର ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଟ୍ୟାଙ୍କରରୁ ନିର୍ଗତ ହେଉଥିବା ଗ୍ୟାସ୍‌ ବନ୍ଦ କରିବାକୁ ଉଦ୍ୟମ କରୁଛନ୍ତି। ଗ୍ୟାସ ଟ୍ୟାଙ୍କରଟି ବିଶାଖାପାଟଣାରୁ ରାୟପୁର ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ସମ୍ପୃକ୍ତ ରାସ୍ତାରେ ଯିବାଆସିବା ବନ୍ଦ ହୋଇଯାଇଛି। ଦୁର୍ଘଟଣାସ୍ଥଳଠାରୁ ୨୦୦ ମିଟର ଦୂରରେ ଗାଡ଼ି […]

gash-tank

gash-tank

Rakesh Mallick
  • Published: Monday, 19 December 2016
  • Updated: 19 December 2016, 05:44 PM IST

Sports

Latest News

ଜୟପୁର: କୋରାପୁଟ-ଜୟପୁର ଘାଟି ରାସ୍ତାରେ ଆଜି ଅପରାହ୍ନ ୨ଟା ବେଳେ ଏକ ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ିବାରୁ ଟ୍ୟାଙ୍କରଟି ଫାଟି ଗ୍ୟାସ ନିର୍ଗତ ହେଉଛି। ଖବର ପାଖ ଜୟପୁର ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଟ୍ୟାଙ୍କରରୁ ନିର୍ଗତ ହେଉଥିବା ଗ୍ୟାସ୍‌ ବନ୍ଦ କରିବାକୁ ଉଦ୍ୟମ କରୁଛନ୍ତି।

ଗ୍ୟାସ ଟ୍ୟାଙ୍କରଟି ବିଶାଖାପାଟଣାରୁ ରାୟପୁର ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ସମ୍ପୃକ୍ତ ରାସ୍ତାରେ ଯିବାଆସିବା ବନ୍ଦ ହୋଇଯାଇଛି। ଦୁର୍ଘଟଣାସ୍ଥଳଠାରୁ ୨୦୦ ମିଟର ଦୂରରେ ଗାଡ଼ି ଗୁଡ଼ିକ ଅଟକି ରହିଛି। ଦୁର୍ଘଟଣା ସମ୍ପର୍କରେ ବିଶାଖାପାଖଟଣାର ଗ୍ୟାସ ଯୋଗାଣକାରୀ ସଂସ୍ଥାକୁ ଖବର ଦିଆଯାଇଛି। ସେମାନଙ୍କୁ ଆସିବାକୁ ୭ରୁ ୮ ଘଣ୍ଟା ସମୟ ଲାଗିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos