୪୦ ଫୁଟ୍‌ ତଳକୁ ଖସିଲା ଧାନ ବୋଝେଇ ଟ୍ରକ୍: ୨ ମୃତ, ଜଣେ ଆହତ

accident

ନାରାୟଣପାଟଣା: ଭାରସାମ୍ୟ ହରାଇ ପାହାଡ଼ ଉପରୁ ପ୍ରାୟ ୪୦ ଫୁଟ୍‌ ତଳକୁ ଖସି ପଡ଼ିଲା ଧାନ ବୋଝେଇ ଟ୍ରକ୍।  ଘଟଣା ଘଟିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ କୁମ୍ଭାରୀପୁଟ ଘାଟିରେ। ଘଟଣାସ୍ଥଳରେ ଧାନ ବେପାରୀ ତାଭଟି ରାଜୁ ଓ ତାଙ୍କ ସହଯୋଗୀ ଆପା ରାଓଙ୍କ ମୃତ୍ୟୁ ହୋଇଛି। ଆହତ ଡ୍ରାଇଭରଙ୍କୁ ବନ୍ଧୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଧାନ ବସ୍ତା ତଳେ ଚାପି ହୋଇ ଏମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। କୁମ୍ଭାରୀପୁଟ ବିଏସ୍‌ଏଫ୍‌, ୧୪୯ ବାଟାଲିୟନ୍‌ ଓ ବନ୍ଧୁଗାଁ ପୋଲିସ ସେମାନଙ୍କୁ ଉଦ୍ଧାର କରିଥିଲେ। ମୃତକ ଓ ଆହତଙ୍କ ଘର ଆନ୍ଧ୍ରପ୍ରଦେଶରେ ବୋଲି ଜଣାପଡ଼ିଛି।

Previous ArticleNext Article

Send this to a friend