ଆଜିଠାରୁ ଖୋଲିଲା କୁଲଡିହା ଅଭୟାରଣ୍ୟ

Kuldiha

ବାଲେଶ୍ୱର: ଆଜିଠାରୁ କୁଲଡିହା ଅଭୟାରଣ୍ୟ ଖୋଲିଲା। ନୀଳଗିରି ଅଞ୍ଚଳରେ ଥିବା ଏହି ଅଭୟାରଣ୍ୟରେ ହାତୀ,ମୟୂର, ଗୟଳ ଓ ସମ୍ବର ଭଳି ଜୀବଜନ୍ତୁଙ୍କୁ ଦେଖିବାକୁ ସୁଯୋଗ ପାଇବେ ପର୍ଯ୍ୟଟକ। ବନ ବିଭାଗର ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କୁଲଡିହା ଜଙ୍ଗଲ ମଧ୍ୟରେ ପର୍ଯ୍ୟଟକଙ୍କ ରହିବା ପାଇଁ ତମ୍ବୁର ବ୍ୟବସ୍ଥା ହୋଇଛି। ଜୀବଜନ୍ତୁ ପାଣି ପିଇବାକୁ ଆସିବାବେଳେ ପର୍ଯ୍ୟଟକମାନେ ସେମାନଙ୍କୁ ଦେଖିପାରିବେ।

ଗତ ଜୁନ୍‌ ୧୫ ତାରିଖରୁ ଏହି ଅଭୟାରଣ୍ୟକୁ ବନ୍ଦ ରଖାଯାଇଥିଲା।

Previous ArticleNext Article

Send this to a friend