କୁଶେଇ ସେତୁ ସ୍ଥାନ ପରିବର୍ତ୍ତନକୁ ନେଇ ପୋଲିସ-ଜନତା ସଂଘର୍ଷ: ୧୨ ପୋଲିସ, ୧୨ ଗ୍ରାମବାସୀ ଆହତ

ଆନନ୍ଦପୁର: ଆନନ୍ଦପୁର ବେଲବାହାଳିରେ କୁଶେଇ ସେତୁ ସ୍ଥାନ ପରିବର୍ତ୍ତନ ଦାବିରେ ଜାରି ରହିଥିବା ଆନ୍ଦୋଳନ ଆଜି ସଂଘର୍ଷର ରୂପ ନେଇଛି । ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟି ୧୨ ଜଣ ଲେଖାଏଁ ପୋଲିସ କର୍ମଚାରୀ ଓ ଗ୍ରାମବାସୀ ଆହତ ହୋଇଛନ୍ତି । ପୁର୍ବରୁ ସଂଘର୍ଷରେ ଗୁରୁତର ହୋଇଥିବା ୫ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କଟକ ସ୍ଥାନାନ୍ତର ହୋଇଥିବା ଆହତଙ୍କ ମଧ୍ୟରେ ଜଣେ ମହିଳା ସବ୍ ଇନିସପେକ୍ଟର, ଜଣେ ଏସ୍ଆଇ […]

andapur

andapur

Rakesh Mallick
  • Published: Tuesday, 07 July 2015
  • Updated: 07 July 2015, 10:57 AM IST

Sports

Latest News

ଆନନ୍ଦପୁର: ଆନନ୍ଦପୁର ବେଲବାହାଳିରେ କୁଶେଇ ସେତୁ ସ୍ଥାନ ପରିବର୍ତ୍ତନ ଦାବିରେ ଜାରି ରହିଥିବା ଆନ୍ଦୋଳନ ଆଜି ସଂଘର୍ଷର ରୂପ ନେଇଛି । ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟି ୧୨ ଜଣ ଲେଖାଏଁ ପୋଲିସ କର୍ମଚାରୀ ଓ ଗ୍ରାମବାସୀ ଆହତ ହୋଇଛନ୍ତି । ପୁର୍ବରୁ ସଂଘର୍ଷରେ ଗୁରୁତର ହୋଇଥିବା ୫ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କଟକ ସ୍ଥାନାନ୍ତର ହୋଇଥିବା ଆହତଙ୍କ ମଧ୍ୟରେ ଜଣେ ମହିଳା ସବ୍ ଇନିସପେକ୍ଟର, ଜଣେ ଏସ୍ଆଇ ଓ ଆନନ୍ଦପୁର ବିଡିଓ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ୨୧୫ ନମ୍ୱର ଜାତୀୟ ରାଜପଥର ସମ୍ପ୍ରସାରଣ ଲାଗି କୁଶେଇ ନଦୀ ଉପରେ ପ୍ରସ୍ତାବିତ ସେତୁକୁ ଗାଁ ଲୋକେ ତୀବ୍ର ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି। ଦାବିକୁ ନେଇ ବହୁବାର ପ୍ରଶାସନ ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରି ପାରିନାହିଁ। ସୋମବାର ଗାଁର ଲୋକେ ପୁଣି ଧାରଣା ଦେଇଥିଲେ। ମଙ୍ଗଳବାର ସକାଳେ ଗ୍ରାମବାସୀ ପୁଣି ଥରେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଆନ୍ଦୋଳନକାରୀ ଓ ପୋଲିସ୍ ମଧ୍ୟରେ ସଂଘର୍ଷ ଘଟିଥିଲା । ଗାୟତ୍ରୀ କନଷ୍ଟ୍ରକସନ୍ ନାମକ ଏକ ଠିକାସଂସ୍ଥାର କ୍ୟାମ୍ପକୁ ଲୋକେ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଏସପି ଏବଂ ଜିଲ୍ଲାପାଳ ଉପସ୍ଥିତ ରହିବା ସହ ୧୫ ପ୍ଲାଟୁନ୍ ଫେ।ର୍ସ ମୂତୟନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଶହେରୁ ଅଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇଥିଲା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକ ଆନ୍ଦୋଳନରେ ସାମିଲ ହୋଇଥିବାରୁ ପରିସ୍ଥିତି ଏକପ୍ରକାର ଅଣାୟତ ହୋଇପଡ଼ିଥିଲା। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧିନ ଥିବା ପୋଲିସ କହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos