ଲଖନପୁର: ଟ୍ରାକ୍ଟର ଓଲଟି ୨ ମୃତ, ଜଣେ ଆହତ

lakhanpur

ଲଖନପୁର: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ବେଲପାହାଡ଼-ବନ୍ଧବାହାଲ ରାସ୍ତାର ମୁଚ୍‌ବାହାଲ ଛକ ନିକଟରେ ଏକ ଲୁହା ରଡ୍‌ ବୋଝେଇ ଟ୍ରାକ୍ଟର ଓଲଟି ପଡ଼ିଥିଲା। ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲା। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଲଖନପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

Previous ArticleNext Article

Send this to a friend