ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ପୋଲିସ୍‌ର ସନ୍ଧାନୀ କୁକୁର ଆହତ

landmine

ରାୟଗଡ଼ା: ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ହୋଇଥିବା ଏନ୍‌କାଉଣ୍ଟର ପ୍ରତିବାଦରେ ଆଜି ମାଓବାଦୀମାନେ ଓଡ଼ିଶା ସମେତ ୫ଟି ରାଜ୍ୟରେ ବନ୍ଦ ପାଳନ କରୁଥିବା ବେଳେ ରାୟଗଡ଼ା ଜିଲ୍ଲା ହାଟମୁନିଗୁଡ଼ା ନିକଟରେ ଲ୍ୟାଣ୍ଡମାଇନ୍ ଠାବ କରାଯାଇଥିଲା। ଲ୍ୟାଣ୍ଡମାଇନ୍ ଖଞ୍ଜା ଯାଇଥିବା ଖବର ପାଇ ମୁନିଗୁଡ଼ା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଲ୍ୟାଣ୍ଡମାଇନ୍ ନିଷ୍କ୍ରିୟ କରାଯାଉଥିବା ବେଳେ ବିସ୍ପୋରଣ ଘଟିଥିଲା। ଏଥିରେ ସନ୍ଧାନୀ କୁକୁର ଆହତ ହୋଇଥିବା ଜଣାପଡ଼ିଛି।

ଲ୍ୟାଣ୍ଡମାଇନ ଖଞ୍ଜା ଯାଇଥିବା ସ୍ଥାନ ନିକଟରେ ମାଓବାଦୀମାନେ ବ୍ୟାନର ମଧ୍ୟ ଲଗାଇଥିଲେ।

Previous ArticleNext Article

Send this to a friend