ଲ୍ୟାଣ୍ଡମାଇନ ନିଷ୍କ୍ରିୟ କଲେ ସିଆରପିଏଫ୍‌ ଯବାନ

ରାୟଗଡ଼ା (ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ବାରିଝୋଲ ଗାଁ  ନିକଟରେ ସିଆରପିଏଫ୍‌ ଯବାନ ଏକ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିଛନ୍ତି। ଗୁରୁବାର ସିଆରପିଏଫ୍‌ର ଚତୁର୍ଥ ବାଟାଲିୟନର କୁଇକ୍‌ ଆକ୍ସନ ଟିମ୍‌ର ୧୫ ଜଣ ଯବାନ ସେହି ଗାଁକୁ ଯାଉଥିବା ବେଳେ ରାସ୍ତରେ ଏକ ତାର ପଡିଥିବା ଦେଖିଥିଲେ। ଏହାପରେ ସନ୍ଧାନୀ କୁକୁର ସହାୟତାରେ ଯାଞ୍ଚ ଆରମ୍ଭ ହୋଇଥିଲା। ସେଠାରେ ଲ୍ୟାଣ୍ଡମାଇନ ଖଞ୍ଜା ହୋଇଥିବା ଜଣାପଡ଼ିଥିଲା। ସିଆରପିଏଫ୍‌ ଓ ବୋମା ନିଷ୍କ୍ରିୟ ଟିମ୍  ଘଟଣା ସ୍ତଳରେ ପହଞ୍ଚି ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରି ଦେଇଥିଲେ।

Previous ArticleNext Article

Send this to a friend