ସେଦିନ ଏମିତି ଲୁଟିଥିଲେ ଯୁବତୀଙ୍କ ଇଜ୍ଜତ, ଜଣକ ପରେ ଜଣେ ଖୋଲିଥିଲେ ଡ୍ରେସ୍‌: ଆଉ ତା’ପରେ…

ରାଉରକେଲା(ଓଡ଼ିଶା ରିପୋର୍ଟର): ଲାଠିକଟା ରେଳ ଷ୍ଟେସନ୍‌ରେ ସମ୍ପର୍କୀୟଙ୍କୁ ଛାଡ଼ି ଘରକୁ ଫେରୁଥିଲେ ଜଣେ ୧୯ ବର୍ଷୀୟା ଯୁବତୀ। ନିଛାଟିଆ ରାସ୍ତା ଦେଖି ୬ ଜଣ ଯୁବକ ତାଙ୍କୁ କରିଥିଲେ ଗଣବଳାତ୍କାର। ଏହି ଘଟଣାର ଆଜି ରାୟ ପ୍ରକାଶ ପାଇଛି। ରାଉରକେଲା ପ୍ରଥମ ଶ୍ରେଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଶ୍ରୀନିବାସ ପତିହାରୀ ମାମଲାକୁ ବିଚାର କରି ୬ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହାଛଡ଼ା ପ୍ରତ୍ୟକଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଜରିମାନା ଅର୍ଥ ପୀଡ଼ିତାଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

୨୦୧୫ ଜୁନ୍‌ ୧୮ ତାରିଖ ରଥଯାତ୍ରା। ସନ୍ଧ୍ୟା ୭ଟା ବେଳେ ଯୁବତୀ ଜଣକ ନିଜ ସମ୍ପର୍କୀୟଙ୍କୁ ଲାଠିକଟା ରେଳ ଷ୍ଟେସନ୍‌ରେ ଛାଡ଼ି ଘରକୁ ଫେରୁଥିଲେ। ନିଛାଟିଆ ରାସ୍ତା ଦେଖି ଅଭିଯୁକ୍ତ ରାଜେଶ ଗୁଡ଼ିଆ, ଭାଲେଣ୍ଟାଇନ୍‌ ଗୁଡ଼ିଆ, ଡିପ୍ଲାନାସ ଗୁଡ଼ିଆ, ରୋହିତ ଗୁଡ଼ିଆ, ସୁମିତ ବାଗ ଓ ଗ୍ଲାଡ୍‌ ଡାଙ୍ଗେ ତାଙ୍କୁ (ଯୁବତୀଙ୍କୁ) ପିଛା କରିଥିଲେ। କିଛି ବାଟ ଗଲା ପରେ ଅଭିଯୁକ୍ତମାନେ, ଯୁବତୀଙ୍କୁ ରେଳ ଲାଇନ୍‌ କଡ଼କୁ ଟେକିନେଇ ଗଣବଳାତ୍କାର କରିଥିଲେ। ସେହି ରାସ୍ତାରେ ରଥ ଯାତ୍ରା ଦେଖି ଫେରୁଥିବା ଲୋକଙ୍କୁ ଦେଖି ଅଭିଯୁକ୍ତମାନେ ପଳାଇ ଯାଇଥିଲେ। ପଥଚାରୀମାନ ଯୁବତୀଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଆଜି ଏହି ଘଟଣାର ରାୟ ପ୍ରକାଶ ପାଇଛି। ଏଡିଜେ ମାମଲାକୁ ବିଚାର କରି ଅଭିଯୁକ୍ତଙ୍କୁ ଉପରୋକ୍ତ ଦାଣ୍ଡାଦେଶ ଦେଇଛନ୍ତି।

Previous ArticleNext Article

Send this to a friend